ରାଜ୍ୟରେ ଲକ୍ଷେ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ୩୦୧୪ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ?

ଭୁବନେଶ୍ୱର: ରାଜ୍ୟରେ କରୋନା ଅଣାୟତ୍ତ ଅବସ୍ଥାରେ। ଆଜି ପୁଣି ରାଜ୍ୟରେ ୨୯ ଟି ଜିଲ୍ଲାରୁ ସର୍ବାଧିକ ରେକର୍ଡ ସଂଖ୍ୟକ ୩୦୧୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୮୬୮ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୧୧୪୬ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି। ରାଜ୍ୟରେ ଏକ ଲକ୍ଷ ପାର ହେଲା ଆକ୍ରାନ୍ତଙ୍କ ସଂଖ୍ୟା।

ଓଡିଶାର ୨୯ ଟି ଜିଲ୍ଲାରୁ ୩୦୧୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳ ୨୫, ବାଲେଶ୍ୱର ୧୩୮, ବରଗଡ଼ ୧୨୪, ଭଦ୍ରକ ୪୦,ବଲାଙ୍ଗୀର ୩୫, କଟକ ୩୩୭, ଦେବଗଡ଼ ୨, ଢେଙ୍କାନାଳ ୪୯, ଗଜପତି ୯, ଗଞ୍ଜାମ ୨୧୬, ଜଗତସିଂହପୁର ୬୬, ଯାଜପୁର ୩୮, ଝାରସୁଗୁଡା ୪୫, କଳାହାଣ୍ଡି ୪୦, କନ୍ଧମାଳ ୬୦, କେନ୍ଦ୍ରାପଡା ୪୪, କେନ୍ଦୁଝର ୬୮, ଖୋର୍ଦ୍ଧା ୬୮୪, କୋରାପୁଟ ୧୨୦, ମାଲକାନଗିରି ୪୯, ମୟୁରଭଞ୍ଜ ୨୯୨, ନବରଙ୍ଗପୁର ୩୮, ନୟାଗଡ଼ ୨୯, ନୂଆପଡା ୭, ପୁରୀ ୧୧୮, ରାୟଗଡା ୧୦୪, ସମ୍ବଲପୁର ୧୦୨, ସୋନପୁର ୪୪ , ସୁନ୍ଦରଗଡ ରୁ ୯୧ ଜଣ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧,୦୦,୯୩୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୨୯,୬୮୫ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୭୦ ହଜାର ୭୧୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।