ଭୁବନେଶ୍ୱର,୨୮।୦୮:ଜେଇଇ ମେନ୍ ଓ ନିଟ୍ ପରୀକ୍ଷା ନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ। ସେ କହିଛନ୍ତି ଯେ, ‘ବର୍ତ୍ତମାନର ପରିସ୍ଥିତି ପରେ ବି ଜେଇଇ ପରୀକ୍ଷା ହେଉଛି । ପରୀକ୍ଷାର୍ଥୀଙ୍କ ଯାତାୟତ କଥା ରାଜ୍ୟ ସରକାର ବୁଝିବେ । ପରିବହନ କ୍ଷେତ୍ରରେ ଅସୁବିଧା ଥିଲେ ସରକାର ଟ୍ରାନ୍ସପୋର୍ଟ ବ୍ୟବସ୍ଥା ଯୋଗାଇବେ । ବିନା କୌଣସି ଦେୟରେ ସରକାର ପରୀକ୍ଷାର୍ଥୀଙ୍କ ଯାତାୟତ ସୁବିଧା କରିବେ । ଏହି ସମୟରେ ଦରକାର ପଡିଲେ କରୋନା କଟକଣା କୋହଳ କରିବେ । ଆଡମିଟ୍ କାର୍ଡ ଦେଖାଇଲେ ଯାତାୟତରେ ଅସୁବିଧା ହେବ ନାହିଁ । ଏନେଇ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି ।