ରାଜ୍ୟର ୩୦ ଜିଲ୍ଲାରୁ ଆଜି ସର୍ବାଧିକ ୩୬୮୨ କରୋନା ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ଵର,୨୮।୦୮ : ରାଜ୍ୟରେ ଆଜି ୩୬୮୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨୨୪୧ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୪୪୧ ଜଣ ସ୍ଥାନୀୟ ଅଞ୍ଚଳର। ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯୪ ହଜାର ୬୬୮ରେ ପହଞ୍ଚିଛି। ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଶୁକ୍ରବାର ବିଭାଗ ଦେଇଥିବା ୩୦ଟି ଜିଲ୍ଲାର ତଥ୍ୟ ଅନୁଯାୟୀ ଗଞ୍ଜାମ ଜିଲ୍ଲାରୁ ୧୭୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳ ଜିଲ୍ଲାରୁ ୫୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୮୭ ଜଣ, ବରଗଡ ୧୫୨ ଜଣ, ଭଦ୍ରକରୁ ୫୧ ଜଣ, ବଲାଙ୍ଗୀରି ୬୮ ଜଣ, ବୌଦ୍ଧ ୧୪ ଜଣ, କଟକରୁ ୩୬୯ ଜଣ, ଦେବଗଡ ୧୨ଜଣ, ଢେଙ୍କାନାଳ ୬୧ ଜଣ, ଗଜପତି ୪୮ ଜଣ, ଜଗତସିଂହପୁରରୁ ୪୪ ଜଣ, ଯାଜପୁର ୮୮ ଜଣ, ଝାରସୁଗୁଡା ୪୩ ଜଣ, କଳାହାଣ୍ଡି ୪୧ ଜଣ, କନ୍ଧମାଳ ୩୬ ଜଣ, କେନ୍ଦ୍ରାପଡ଼ାରୁ ୪୪ ଜଣ, କେନ୍ଦୁଝର ୫୯ ଜଣ, ଖୋର୍ଦ୍ଧାରୁ ୭୭୫ ଜଣ, କୋରାପୁଟ ୧୪୦, ମାଲକାନଗିରି ୮୬, ମୟୂରଭଞ୍ଜ ୨୭୨ ଜଣ, ନବରଙ୍ଗପୁର ୩୮ ଜଣ, ନୟାଗଡ଼ରୁ ୧୦୯ ଜଣ, ନୂଆପଡା ୨୮ ଜଣ, ପୁରୀ ୧୧୫ ଜଣ, ରାୟଗଡା ୪୯୫ ଜଣ, ସମ୍ବଲପୁର ୧୨୮ ଜଣ, ସୋନପୁର ୨୭ ଜଣ ଓ ସୁନ୍ଦରଗଡ଼ରୁ ୨୭ ଜଣ ଚିହ୍ନଟ ହୋଇଛନ୍ତି।