ଭୁବନେଶ୍ୱର,୨୬।୦୮: ରାଜ୍ୟରେ କରୋନା ଅଣାୟତ୍ତ ଅବସ୍ଥାରେ। ପ୍ରତିଦିନ ହଜାରରୁ ଉର୍ଦ୍ଧ୍ବ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଆଜି ପୁଣି ରାଜ୍ୟରେ ୩୦ ଟି ଜିଲ୍ଲାରୁ ସର୍ବାଧିକ ରେକର୍ଡ ସଂଖ୍ୟକ ୩୩୭୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୦୫୩ ଜଣ କ୍ୱାରେଣ୍ଟାଇନ୍ରେ ଥିବା ବେଳେ ୧୩୧୮ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୭ ହଜାର ୬୦୨କୁ ବୃଦ୍ଧି କରିଛି ।
ଓଡିଶାର ୩୦ ଟି ଜିଲ୍ଲାରୁ ୩୩୭୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳ ୬୩, ବାଲେଶ୍ୱର ୯୮, ବରଗଡ଼ ୯୮, ଭଦ୍ରକ ୧୧୪,ବଲାଙ୍ଗୀର ୭୬, ବୌଦ୍ଧ ୪, କଟକ ୩୫୭, ଦେବଗଡ଼ ୮, ଢେଙ୍କାନାଳ ୬୭, ଗଜପତି ୪୧, ଗଞ୍ଜାମ ୧୯୬, ଜଗତସିଂହପୁର ୯୫, ଯାଜପୁର ୧୭୩, ଝାରସୁଗୁଡା ୯୩, କଳାହାଣ୍ଡି ୨୮, କନ୍ଧମାଳ ୪୧, କେନ୍ଦ୍ରାପଡା ୭୬, କେନ୍ଦୁଝର ୭୪, ଖୋର୍ଦ୍ଧା ୫୪୭, କୋରାପୁଟ ୯୧, ମାଲକାନଗିରି ୧୩୪, ମୟୁରଭଞ୍ଜ ୯୨, ନବରଙ୍ଗପୁର ୬୫, ନୟାଗଡ଼ ୧୭୧, ନୂଆପଡା ୧୫, ପୁରୀ ୧୪୪, ରାୟଗଡା ୧୪୬, ସମ୍ବଲପୁର ୧୦୭, ସୋନପୁର ୩ , ସୁନ୍ଦରଗଡ ରୁ ୧୫୪ ଜଣ ଚିହ୍ନଟ ହୋଇଛନ୍ତି।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୮୭,୬୦୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୨୭,୬୩୮ ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୫୯ ହଜାର ୪୭୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ଆଜି ରାଜ୍ୟରେ ୧୩ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରୁ ସୁନ୍ଦରଗଡ଼ ଓ ସମ୍ବଲପୁରରୁ ୩ଜଣ ଲେଖାଏଁ, କଟକ ଓ ଗଞ୍ଜାମରୁ ୨ଜଣ ଲେଖାଏଁ, କେନ୍ଦୁଝର, ଖୋର୍ଦ୍ଧା ଓ ପୁରୀରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାସହ ଓଡ଼ିଶାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୪୧କୁ ବୃଦ୍ଧି ପାଇଛି ।