ରାଜ୍ୟରେ ଆଜି ୨୮୧୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ସହିତ ୯ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି କେଉଁ ଜିଲ୍ଲାରୁ କେତେ ?

ଭୁବନେଶ୍ଵର : ରାଜ୍ୟରେ ଆଜି ୨୮୧୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୬୯୧ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୧୨୮ ଜଣ ସ୍ଥାନୀୟ ଅଞ୍ଚଳର। ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୭୫ ହଜାର ୫୩୭ରେ ପହଞ୍ଚିଛି। ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ଶନିବାର ବିଭାଗ ଦେଇଥିବା ୨୩ଟି ଜିଲ୍ଲାର ତଥ୍ୟ ଅନୁଯାୟୀ ଗଞ୍ଜାମ ଜିଲ୍ଲାରୁ ୧୯୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳ ଜିଲ୍ଲାରୁ ୨୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୧୦୫ ଜଣ, ବରଗଡ ୧୩୬ ଜଣ, ଭଦ୍ରକରୁ ୭୭ ଜଣ, ବଲାଙ୍ଗୀରି ୫୬ ଜଣ, ବୌଦ୍ଧ ୬ ଜଣ, କଟକରୁ ୨୫୭ ଜଣ, ଢେଙ୍କାନାଳ ୧୦୦ ଜଣ, ଗଜପତି ୬୨ ଜଣ, ଜଗତସିଂହପୁରରୁ ୪୮ ଜଣ, ଯାଜପୁର ୧୨୦ ଜଣ, ଝାରସୁଗୁଡା ୬୩ ଜଣ, କଳାହାଣ୍ଡି ୫୫ ଜଣ, କନ୍ଧମାଳ ୪୪ ଜଣ, କେନ୍ଦ୍ରାପଡ଼ାରୁ ୬୨ ଜଣ, କେନ୍ଦୁଝର ୭ ଜଣ, ଖୋର୍ଦ୍ଧାରୁ ୪୪୩ ଜଣ, କୋରାପୁଟ ୮୧, ମାଲକାନଗିରି ୮୩, ମୟୂରଭଞ୍ଜ ୧୧୯ ଜଣ, ନବରଙ୍ଗପୁର ୪୩ ଜଣ, ନୟାଗଡ଼ରୁ ୬୪ ଜଣ, ନୂଆପଡା ୧ ଜଣ, ପୁରୀ ୧୦୯ ଜଣ, ରାୟଗଡା ୧୪୭ ଜଣ, ସମ୍ବଲପୁର ୧୪୫ ଜଣ, ସୋନପୁର ୧୪ ଜଣ ଓ ସୁନ୍ଦରଗଡ଼ରୁ ୫୭ ଜଣ ଚିହ୍ନଟ ହୋଇଛନ୍ତି।

ଆଜି ଓଡିଶାରେ ୯ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ମୃତଙ୍କ ମଧ୍ୟରେ କଟକରୁ ୩ ଜଣ, ସୁନ୍ଦରଗଡ଼ରୁ ୨ ଜଣ, ବଲାଙ୍ଗୀର, ଗଞ୍ଜାମ, ମାଲକାନଗିରି ଓ ରାୟଗଡ଼ା ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ କରୋନରେ ପ୍ରାଣ ହରାଇଛନ୍ତି।