ଖୋର୍ଦ୍ଧା ଜିଲ୍ଲାରେ ଗଣେଶ ପୂଜା ବନ୍ଦ, ସୂଚନା ଦେଲେ ଜିଲ୍ଲାପାଳ

ଖୋର୍ଦ୍ଧା ୨୦।୦୮: ଖୋର୍ଦ୍ଧା ଜିଲ୍ଲାରେ ସାର୍ବଜନୀନ ସ୍ଥାନରେ ବନ୍ଦ ରହିବ ଗଣେଶ ପୂଜା। ଏନେଇ ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ସଚେତନ କରାଯିବ । ସୂଚନା ଦେଲେ ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି । କରୋନା ପାଇଁ ଚଳିତ ବର୍ଷ ବିଭିନ୍ନ ଜିଲ୍ଲାରେ ଗଣେଶ ପୂଜା ଉତ୍ସବ ପାଳନ ହେବ ନାହିଁ। ଗଣେଶ ପୂଜା ଦିନ ଆବଶ୍ଯକ ନଥିଲେ ଘରୁ ବାହାରକୁ ବାହାରିବାର ଆବଶ୍ୟକତା ନାହିଁ। ସାମାଜିକ ଦୂରତା,ମାସ୍କ୍ ପରିଧାନ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି। ସୂଚନାଯୋଗ୍ୟ ଯେ, ପୂର୍ବରୁ ଭୁବନେଶ୍ବର, ଗଞ୍ଜାମ ଏବଂ କଟକରେ ଗଣେଶ ପୂଜା ହେବ ନାହିଁ ବୋଲି ସୂଚନା ଦିଆଯାଇଥିଲା । ଏନେଇ କମିଶନରେଟ୍‌ ପୋଲିସ ପକ୍ଷରୁ ଟ୍ବିଟ୍‌ କରି ମଧ୍ୟ ସୂଚନା ଦିଆଯାଇଥିଲା କୋଭିଡ-୧୯ କଟକଣା ଅନୁଯାୟୀ ଧର୍ମୀୟ ସମାବେଶକୁ ମନା ଥିବାରୁ ମଣ୍ଡପରେ ଗଣେଶ ପୂଜାକୁ ମନା କରାଯାଇଛି।