ଜଙ୍କିଆରେ ମନରେଗା ଯୋଜନା ନାମରେ ଜଙ୍ଗଲ ନଷ୍ଟ ।

ଖୋର୍ଦ୍ଧା, ୧୯/୦୮: କରୋନା ମହାମାରୀରେ ଶ୍ରମିକଙ୍କ ରୋଜଗାରର ଏକ ମାତ୍ର ସାହାରା ମନରେଗା, କିନ୍ତୁ ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ପଞ୍ଚାୟତରେ ମନରେଗାର ମଜୁରି ପାଉଛି ରାତି ଅଧିଆ କାମ କରୁଥିବା ଯନ୍ତ୍ର, କିଛି ରାଜନୈତିକ ବ୍ୟକ୍ତିଙ୍କ ଚାପରେ ସରକାରୀ ପଇସାରେ ନଷ୍ଟ କରାଯାଉଛି ସୁନ୍ଦର ସବୁଜ ପରିବେଶ , ଗ୍ରାମରେ ବହୁ ବ୍ୟକ୍ତି ସରକାରୀ ଜମି ଦଖଲ କରିଥିବା ବେଳେ ତାଙ୍କ ଉପରେ କୌଣସି କାର୍ଯାନୁଷ୍ଠାନ ନିଆଯାଉନଥିବା ବେଳେ କିଛି ପରିବେଶ ପ୍ରେମୀ ସୃଷ୍ଟି କରିଥିବା କୃତ୍ରିମ ଜଙ୍ଗଲକୁ ମନରେଗା ଯୋଜନାରେ JCB ଚଢାଇଦିଆ ଯାଇଛି । କିନ୍ତୁ ପ୍ରଶାସନ ସବୁ ଜାଣି ଶୁଣି କାହା ଚାପରେ ବୃକ୍ଷ କାଟିବା ପାଇଁ ଅନୁମତି ଦେଲା । ଏକ ପରିବେଶ ପ୍ରେମୀ ତାହାର କଠିନ ପରିଶ୍ରମରେ ପାଳିଥିବା ଗଛ ଗୁଡିକୁ ନଷ୍ଟ କରିଦିଆଗଲା , ମନରେଗାକୁ ତଦାରଖ କରୁଥିବା ଅଧିକାରୀ ସବୁଜାଣି ମଧ୍ୟ ଚୁପ । କିଛି ଗରିବ ଶ୍ରେଣୀର ବ୍ୟକ୍ତି ସରକାରୀ ଜାଗାକୁ ବର୍ଷ ବର୍ଷ ଧରି ପୁରୁଷାନୁକ୍ରମିକ ଦଖଲ କରି ବହୁ ବର୍ଷ ତଳୁ କିଛି ଗଛଲତା ଲଗାଇ ନିଜ ନିଜ ଉଦ୍ଦେଶ୍ୟରେ ଭୋଗ କରିଆସୁଛନ୍ତି । ରାଜନୈତିକ ଶତୃତା ରଖି ଏହିଜାଗାରେ ସରକାରୀ ଟଙ୍କାରେ ବ୍ୟୟବରାଦକରି ମନରେଗା ଯୋଜନା କାଗଜ କଲମରେ ଚାଲୁଥିବା ବେଳେ, ପ୍ରକୃତ ମନରେଗା କାମ କରୁଛି ମାଟି ଖୋଳା ଯନ୍ତ୍ର । ଏଠି ମାଟି ଖୋଳା ଯନ୍ତ୍ର ପାଲଟିଛି ମନରେଗା ଯୋଜନାର ଶ୍ରମିକ । ସର୍ବସାଧାରଣଙ୍କ ଗୋଚରାର୍ଥେ ଉକ୍ତ ସରକାରୀ ପ୍ରକଳ୍ପ ବ୍ୟୟବରାଦର କୌଣସି ଫଳକ ଦେଖିବାକୁ ମିଳୁନାହିଁ , ଏହି ଯୋଜନା ବିଷୟରେ ସାଧାରଣ ତଥା ମନରେଗା ଜବ କାର୍ଡଧାରୀ ମାନଙ୍କୁ ଖେଳଣା କଣ୍ଢେଇ କରି ଦେଶର ମହତ ଉଦ୍ଦେଶ୍ୟରେ ତିଆରି ହୋଇଥିବା ନିତିନିୟମକୁ କୁଠାରଘାତ କରାଯାଉଛି । ଏଠି ବହୁପୁରାତନ ଗଛକୁ ଏକ ଚାଟିଆ କରି ବେନିୟମ ଭାବେ କଟାଯାଉଥିବା ବେଳେ, ସେ ସବୁ ପୁରୁଣା ଗଛ ପ୍ରତି ବଦଳରେ ନୂତନ ବୃକ୍ଷ ରୋପଣର କୌଣସି ବିକଳ୍ପ ଚିନ୍ତା ବିଭାଗୀୟ ଅଧିକାରୀମାନଙ୍କ ମୁଣ୍ଡରେ ପସିନି । ଏହି ସମ୍ବନ୍ଧରେ ସାଧାରଣମାନେ ଅଭିଯୋଗ କଲେ ମଧ୍ୟ ରାଜନୈତିକ ଓ ପ୍ରଶାସନିକ ଅଧିକାରୀମାନେ ରାଜ ଚଳାଇ ଅଣଦେଖା କରି ଚାଲିଛନ୍ତି । ସାଧାରଣରେ ଚର୍ଚ୍ଚା ହେଉଛି କେବଳ କଣ ଲୋକ ଦେଖାଣିଆ ବୃକ୍ଷ ରୋପଣ କରି ସଚେତନ କରାଉଛି ।