ଭୁବନେଶ୍ୱର ତହସିଲଦାରଙ୍କୁ କରୋନା, ୪୮ ଘଣ୍ଟା ଅଫିସ ବନ୍ଦ

ଭୁବନେଶ୍ୱର,୧୮।୦୮: ଭୁବନେଶ୍ୱର ତହସିଲଦାର କରୋନା ସଂକ୍ରମିତ ହୋଇଛନ୍ତି। ତାଙ୍କ ରିପୋର୍ଟ ପଜିଟିଭ ଆସିଛି। ଭୁବନେଶ୍ଵର ମହାନଗର ଦେଇଥିବା ସୂଚନାରୁ ଏହା ଜଣାପଡ଼ିଛି। ପୂର୍ବରୁ ତହସିଲ ଅଫିସର ୪ ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିଲେ। ସେଥିପାଇଁ ସମସ୍ତ କର୍ମଚାରୀଙ୍କର କରୋନା ଟେଷ୍ଟ ହୋଇଥିଲା। ରିପୋର୍ଟ ଆସିବା ପରେ ତହସିଲଦାର ସଂକ୍ରମିତ ହୋଇଥିବା ଜଣାପଡ଼ିବା ପରେ ତହସିଲ ଅଫିସକୁ ୪୮ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛି।ସେହିପରି ଭୁବନେଶ୍ୱର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ସବରେଜିଷ୍ଟ୍ରାର୍‌ ଅଫିସ ମଧ୍ୟ ୪୮ ଘଣ୍ଟା ବନ୍ଦ ରହିଛି।