୨୪ ଘଣ୍ଟାର କରୋନା ଅପଡେଟ୍ ଦେଲେ ରାଜ୍ୟ ସରକାର

Biplab Bureau

ଓଡ଼ିଶାରେ କରୋନା:

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୮୧,୯୧୯ନମୁନା ପରୀକ୍ଷା ହୋଇଛି।
ଏଯାବତ ଓଡ଼ିଶାରେ ୬୭୨ ଜଣ ଲୋକ କରୋନା ପଜିଟିଭ୍।
ରାଜ୍ୟରେ କରୋନା କବଳରୁ ସୁସ୍ଥ ହେଲେଣି ୧୬୬ ଜଣ ଆକ୍ରାନ୍ତ।
ଏବେ ବି ରାଜ୍ୟର ବିଭିନ୍ନ ଅଞ୍ଚଳରେ ୫୦୩ ଜଣ ସକ୍ରିୟ କରୋନା ଆକ୍ରାନ୍ତ।
ରାଜ୍ୟର ୧୪ ବର୍ଷରୁ କମ୍ ବୟସର ୨୦ ଜଣ ଯାକ ଆକ୍ରାନ୍ତ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ।

ଦେଶ ଓ ବିଶ୍ୱରେ କରୋନା:

ଦେଶରେ ଏବେ ସୁଦ୍ଧା ୨୦,୩୯,୯୫୨କରୋନା ନମୁନା ପରୀକ୍ଷା ହୋଇଛି।
ଦେଶରେ ଏଯାବତ ୮୧,୯୭୦କରୋନା ଆକ୍ରାନ୍ତ।
ଭାରତରେ ୨୬୪୯ଜଣ ଲୋକ କରୋନାରେ ପ୍ରାଣ ହରାଇଲେଣି।
ଭାରତରେ ୨୭,୯୧୯ ଜଣ ଲୋକ କରୋନା କବଳରୁ ସୁସ୍ଥ ହେଲେଣି।
ଦେଶରେ ଏବେ ବି ୫୧,୪୦୧ଜଣ ସକ୍ରିୟ କରୋନା ଆକ୍ରାନ୍ତ।
ବିଶ୍ୱରେ ଏପର୍ଯ୍ୟନ୍ତ ୪୫ଲକ୍ଷରୁ ଅଧିକ ଲୋକ କରୋନା ସଂକ୍ରମିତ।
ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩ ଲକ୍ଷ ଟପିଲା।

ପ୍ରବାସୀ ଶ୍ରମିକଙ୍କ ଚିନ୍ତାରେ ଓଡ଼ିଶା ସରକାର:

କେହି ବି ପ୍ରବାସୀ ଶ୍ରମିକ ଓଡ଼ିଶା ମଧ୍ୟ ଦେଇ ଚାଲିକି ନିଜ ରାଜ୍ୟକୁ ଯିବେ ନାହିଁ।
ରାଜ୍ୟ ସରକାରଙ୍କ ତରଫରୁ ସେମାନଙ୍କୁ ନିଜ ରାଜ୍ୟର ସୀମାରେ ଛଡ଼ାଯିବ।
ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଟଙ୍କା ଖର୍ଚ୍ଚ ହେବ।

ପ୍ରବାସୀ ଶ୍ରମିକମାନେ ନିକଟସ୍ଥ ଥାନରେ ଯୋଗାଯୋଗ କରିବାକୁ ଅନୁରୋଧ |