ଆସନ୍ତା ୧୨ ତାରିଖ ଦିନ ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ

ଭୁବନେଶ୍ୱର,୧୦।୦୮: ଆସନ୍ତା ୧୨ ତାରିଖ ଦିନ ୧୨.୩୦ ମିନିଟ୍ ରେ ଯୁକ୍ତ୨ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇବ। ଆଜି ଏହି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ସେ କହିଛନ୍ତି ପରୀକ୍ଷା ଫଳ ପ୍ରକାଶ କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଚୂଡ଼ାନ୍ତ ପ୍ରସ୍ତୁତି ଚାଲିଛି। ସୂଚନା ଅନୁଯାୟୀ ବିଜ୍ଞାନ ବିଭାଗର ସମସ୍ତ ଉତ୍ତର ଖାତା ମୂଲ୍ୟାୟନ ଗତ ସପ୍ତାହରେ ସରିବା ପରେ ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଛି। ଯେଉଁ କିଛି କାମ ବାକି ରହିଛି ତାହା ଆସନ୍ତାକାଲି ସୁଦ୍ଧା ଶେଷ ହୋଇଯିବ।