ଖୋର୍ଦ୍ଧା ଜିଲ୍ଲାରେ ଲୋକଙ୍କୁ ଲଲିପପ – ଜିଲ୍ଲାପାଳଙ୍କ ଦୋଷ ଧରିଲେ ଦୋଷୀ ହେବ ।

ବାଣପୁର, ୨୮/୦୭ : ପ୍ରଶାସନିକ କରୋନା ଯୋଦ୍ଧାମାନେ ଅୟେସରେ ଅସ୍ତବ୍ୟସ୍ତ । ସାଂଘାତିକ ଘୋଟଲା ଭିତରେ ସାମିଲ ରହିବା ହିଁ କରୋନା ନାମରେ ମସ୍ତ । ଆଜି ଆଧିକାରୀ କେବଳ ନିଜର ଅଧିକାର ଓ କର୍ତ୍ତବ୍ୟକୁ ଜାହିର କରି ରୋଜଗାର ପାଇଁ ଚାକିରି କରିଥିବା କଥାକୁ ପ୍ରଣୋଦିତ କରୁଛନ୍ତି । ଯଦି ଏହା ଠିକ ନୁହେଁ ତେବେ ଅଧିନସ୍ଥ କର୍ମଚାରୀଙ୍କ ହାତ ବାରିସ ସାଜି କଣ୍ଢେଇ ନାଚ କରୁଛନ୍ତି । ନିଜର କାମଚଳା କର୍ତ୍ତବ୍ୟ କରିବାକୁ ଯାଇ ଖୋର୍ଦ୍ଧା ଜିଲ୍ଲାପାଳ କରୋନାର ଭୟ ଦେଖାଇ ଲୋକଙ୍କୁ ପ୍ରତ୍ୟକ୍ଷ ଯୋଗାଯୋଗରୁ ଦୂରେଇ ରହି ନିଜର ଅଭିଯୋଗକୁ ତାଙ୍କ ପାଖରେ ପହଞ୍ଚାଇବାକୁ ତାଙ୍କର Confidencial Section ର ନୋଟିସ,Vide Order No-1245/11.07.2020 ବଳରେ ଗୋଟିଏ whatsapp No- 9861821244 ଓ ଅନ୍ୟଟି Mail ID No- http://janasamparkkhordha.co.in/ ସର୍ବସାଧାରଣଙ୍କୁ ଜଣାଇଛନ୍ତି । ଏହି ନୋଟିସ ଟି ବାଣପୁର ତହସିଲ କାର୍ଯାଳୟରେ ଦେଖିବାକୁ ମିଳିଛି । ଏହିପରି ଏକ ଦୋଷାତ୍ମକ ଅର୍ଡର ସର୍ବସାଧାରଣଙ୍କ ପାଇଁ ନିହାତି ଦୁର୍ଭାଗ୍ୟର କଥା । ଏହି ପ୍ରକାରର କର୍ତ୍ତବ୍ୟ ପରାୟଣତାର ପରିଚୟ ଦେଇ ନିଜେ ହାଲୁକା ହୋଇ ଆରମରେ ଓ ଅଚିନ୍ତା ନିଦ୍ରାଯାଆନ୍ତି ଯେତେବେଳେ ଜନ ସାଧାରଣ ଆଧିକାରୀ ମାନଙ୍କ ସେବା ପାଇବା ପାଇଁ ଆତୁର ହୋଇ ଛଟପଟ ହେଉଥାନ୍ତି । ଉପର ଲିଖିତ ମତ୍ତେ Mail ଟି କାର୍ଯ୍ୟକ୍ଷମ ନାହିଁ, ଏହା ହିଁ ହେଉଛି ଲୋକଙ୍କୁ ଲଲିପପ ଭଳି । ଏଥି ପ୍ରତି ରାଜ୍ୟ ସରକାର ଓ ଉପରିସ୍ଥ ଆଧିକାରୀ ଦ୍ରୁଷ୍ଟି ଦେବାକୁ ସାଧାରଣ ରେ ଦାବି ହେଉଛି ।