ସସ୍ମିତ ପାତ୍ର ରାଜ୍ୟସଭା ଉପାଧ୍ୟକ୍ଷ କମିଟିକୁ ମନୋନିତ କରିଛନ୍ତି ଉପରାଷ୍ଟ୍ରପତି ଭୁବନେଶ୍ବର, ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁ ଶୁକ୍ରବାର ରାଜ୍ୟସଭା ଉପାଧ୍ୟକ୍ଷ କମିଟିର ପୁନର୍ଗଠନ କରିଛନ୍ତି । ଏହି ୬ ଜଣିଆ କମିଟିରେ ଓଡିଶାର ସସ୍ମିତ ପାତ୍ରଙ୍କୁ ସ୍ଥାନ ମିଳିଛି । ଆଜି ରାଜ୍ୟସଭା ସଚିବାଳୟ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇ ସସ୍ମିତଙ୍କ ମନୋନୟନ ସଂପର୍କରେ ଘୋଷଣା କରାଯାଇଛି । ନିୟମାନୁଯାୟୀ ରାଜ୍ୟସଭା ଅଧ୍ୟକ୍ଷ ସଦସ୍ୟମାନଙ୍କ ମଧ୍ୟରୁ ୬ ଜଣଙ୍କୁ ଉପାଧ୍ୟକ୍ଷ କମିଟିକୁ ମନୋନୀତ କରିଥାନ୍ତି । ରାଜ୍ୟସଭାରେ ଅଧ୍ୟକ୍ଷ କିମ୍ବା ଉପାଧ୍ୟକ୍ଷ ଉପସ୍ଥିତ ନ ରହିଲେ ଏହି କମିଟିରୁ ଜଣେ ଗୃହରେ ସଭାପତିତ୍ୱ କରିପାରିବେ । ବିଭିନ୍ନ ଦଳର ସଂଖ୍ୟାକୁ ଦୃଷ୍ଟି ରେ ରଖି ସଦସ୍ୟମାନଙ୍କୁ ମନୋନୀତ କରାଯାଇଥାଏ । ଏହି ମନୋନୟନ ପୂର୍ବରୁ ବିଭିନ୍ନ ରାଜନୈତିକ ଦଳର ନେତାଙ୍କ ସହ ପରାମର୍ଶ ନିଆଯାଇଥାଏ।