କରୋନା ଯୋଦ୍ଧା ଏଏସଆଇଙ୍କ ମୃତ୍ୟୁକୁ ନେଇ ଏସଡିପିଓ ଙ୍କ ପ୍ରେସମିଟ ।

କୋଦଳା ୨୬/୦୭ : ଶନିବାର ଭଞ୍ଜନଗର କୋର୍ଟ ରେ କାର୍ଯରତ ଏଏସ୍ଆଇ କରୋନା ଯୋଦ୍ଧା ରବୀନ୍ଦ୍ର ନାଥ ବେହେରାଙ୍କ କୋଭିଡ ରେ ମ୍ରୂତ୍ଯୂହୋଇଥିବା ବେଳେ ତାକୁ ସ୍ଥାନୀୟ ପ୍ରଶାସନ ଅସମ୍ମାନ କରିଥିବା ନେଇ ବିଭି୍ନ୍ନ ଗଣମାଧ୍ୟମ ତଥା ସୋସାଲ ମିଡିଆରେ ଭାଈରାଲ ହେବା ପରେ ଏହାକୁ ନେଇ ପୋଲିସ ବିଭାଗ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ରେ ମୁହଁ ଖୋଲିଛି ପୋଲିସ । ମ୍ରୂତଦେହକୁ ଅସମ୍ମ।ନିତ କରାଯାଇନି । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଏସ୍କର୍ଟ ସହକାରେ ମ୍ରୁତଦେହ କୁ ନିଆଯାଇ ସତ୍କାର କରାଯାଇଛି ।କୋଭିଡ ନିୟମ ପ୍ରକାରେ ସମସ୍ତ ପ୍ରକାର କାର୍ଯ୍ୟ ସଂପାଦନ କରାଯାଇଛି । ରାତିରେ ମ୍ରୂତଦେହ ନିକଟରେ ମ୍ରୁତକଙ୍କ ସ୍ତ୍ରୀ , ପୁତ୍ର ଓ କୋଦଳା ପୋଲିସ କର୍ମଚାରୀ ଜଗିଥିଲେ । ସକାଳୁ ସକାଳୁ ପୋଲିସ ଓ ପ୍ରଶାସନ ପହଞ୍ଚିଥିଲେ । ଆରକ୍ଷୀ ଅଧିକ୍ଷ୍ଯକ ଓ ଅତିରିକ୍ତ ଆରକ୍ଷୀ ଅଧିକ୍ଷ୍ଯକଙ୍କ ଉପସ୍ଥିତି ରେ ମ୍ରୂତଦେହକୂ ରାଷ୍ଟ୍ରୀୟ ମର୍ଯ୍ୟାଦା ପ୍ରଦାନ ପୂର୍ବକ ସତ୍କାର କରାଯାଇଛି ।ଆମର ଯଥେଷ୍ଟ ଗ୍ରୁହରକ୍ଷୀ ଅଛନ୍ତି ଏବଂ ସେମାନେ ଏମିତି ବହୁତ ମ୍ରୁତ ଶରୀର ଉଠାଇଛନ୍ତି । ଦୁଇ ସାମ୍ବାଦିକ ସହଯୋଗର ହାତ ବଢାଇବାରୁ ତାଙ୍କୁ କୋଦଳା ପୋଲିସ ପିପିଇ କିଟ ପ୍ରଦାନ କରିଥିଲେ । ଦୁଇହୋମଗାର୍ଡ ,ଦୁଇ ସାମ୍ବାଦିକ, ମ୍ରୂତକଙ୍କ ପୁତ୍ର ଓ ଜଣେ ସାଧାରଣ ଜନତାଙ୍କ ସହଯୋଗ ରେ ମ୍ରୁତଶରିରକୁ ସତ୍କାର ନିମନ୍ତେ ପଠାଯାଇଛି ବୋଲି କହିବା ସହିତ ତାହାଙ୍କୁ ଉପଯୁକ୍ତ ସମ୍ମାନ ପ୍ରଦାନ କରାଯାଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ସିମା ସ୍ବାଇଁ , କୋଦଳା ଥାନା ଅଧିକାରୀ ଦେବାଶିଷ ମହାନ୍ତି , ବେଗୁନିଆପଡା ଫାଣ୍ଡି ଅଧିକାରୀ ଦିପ୍ତୀ ରଞ୍ଜନ ବେହେରା ସୂଚନା ଦେଇଛନ୍ତି ।