ରାଜ୍ୟରେ ଗୁରୁତର କରୋନା ଆକ୍ରାନ୍ତଙ୍କୁ ରକ୍ଷା କରିବା ପାଇଁ ଆରମ୍ଭ କରାଯାଇଛି ପ୍ଲାଜମା ଥେରାପି ଏବେ ଏହି ପ୍ଲାଜମା ଅହେତୁକ ଆବଶ୍ୟକ ହେଉଥିବା ରୁ ସୁସ୍ଥ ହୋଇଥିବା କରୋନା ପିଡିତ ମାନେ କପରି ଲୋକଙ୍କୁ ପ୍ଲାଜମା ଦାନ କରିବେ ସେଥିପାଇଁ ସେମାନଙ୍କୁ ଉତ୍ସାହିତ କରିବାକୁ ଖୋର୍ଦ୍ଧା ଜିଲ୍ଲା ଏବଂ ନୟାଗଡ଼ ଜିଲ୍ଲା ଦାୟିତ୍ବ ରେ ଥିବା ମନ୍ତ୍ରୀ ଡ଼ଃ ଅରୁଣ ସାହୁ ଆଜି ଖୋର୍ଦ୍ଧା ଜିଲ୍ଲା ଏବଂ ନୟାଗଡ଼ ଜିଲ୍ଲାର ସମସ୍ତ ନିର୍ବାଚନ ମଣ୍ଡଳୀର ବିଧାୟକ ଓ ନେତୃତ୍ୱ ମାନଙ୍କ ସହ ଭିଡିଓ କନ୍ଫରେନ୍ସ ଦ୍ଵାରା ଆଲୋଚନା କରିଥିଲେ । ଉକ୍ତ ଭିଡିଓ କନ୍ଫରେନ୍ସ ରେ ଚିଲିକା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ପ୍ରଶାନ୍ତ ଜଗଦେବ, ଜିତୁ ମିତ୍ର , ସୌମ୍ୟରଞ୍ଜନ ପଟ୍ଟନାୟକ, ସୁଶାନ୍ତ ରାଉତ, ରାଜେନ୍ଦ୍ର ସାହୁ, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଭୁତି ଭୂଷଣ ବଳବନ୍ତରାୟ, ଅନନ୍ତ ନାରାୟଣ ଜେନା, ସତ୍ୟ ନାରାୟଣ ପ୍ରଧାନ,ପୂର୍ଣଚନ୍ଦ୍ର ନାୟକ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
ଏଭଳି ଏକ ମହତ୍ କାର୍ଯ୍ୟ କୁ ବିପ୍ଳବ ନ୍ୟୁଜ୍ ଟିମ ସମର୍ଥନ କରିଥିବା ବେଳେ କରୋନା ରୁ ମୁକ୍ତ ହୋଇଥିବା ବ୍ୟକ୍ତିଙ୍କୁ ପ୍ଲାଜମା ଦାନ କରିବା ପାଇଁ ନିବେଦନ କରୁଛି ।