ବାଣପୁର ୨୪/୦୭ : ଆଜି ସମଗ୍ର ଭାରତବର୍ଷ ସଂକଟାପନ୍ନ ପରିସ୍ଥିତି ଦେଇ ଗତି କରିଥିବା ବେଳେ ବ୍ୟବସାୟ ଓ ପୁଞ୍ଜିବାଦୀ ମାନଙ୍କ କଚପୁଅ ବାର । ସାଧାରଣ ଜନତା ଆଜି ହାହାକାର ସ୍ଥିତି ଦେଇ ଗତି କରୁଥିବା ବେଳେ ସେମାନଙ୍କୁ ନେଇ ଖେଳ ଖେଳୁଛି କରୋନା ପରିଚାଳନା । ଏଠି ଆମେ କହି ରଖୁଛୁ କି ବାଣପୁର ବ୍ଲକ ଅଧିନସ୍ଥ ଗମ୍ଭାରିମୁଣ୍ଡା ଅଞ୍ଚଳର ଜଣେ ଦୋକାନୀ କରୋନା ପରୀକ୍ଷା ଦୁଇଟି ଯାଗାରେ ଭିନ୍ନ ପ୍ରକାରର । ପ୍ରଥମେ କଣ୍ଟାକ୍ଟ ଟ୍ରେସି॰ ଯୋଗୁଁ ଆଞ୍ଚଳିକ ସରପଞ୍ଚଙ୍କ କହିବାନୁସାରେ କରୋନା ଟେଷ୍ଟିଙ୍ଗ ପାଇଁ ସ୍ଵାବ ଦେଇଥିବା ବେଳେ ତାଙ୍କର ଟେଷ୍ଟିଙ୍ଗ ରିପୋର୍ଟ ପଜେଟିବ ଆସିଛି ବୋଲି କହି ତାଙ୍କୁ କୋଭିଡ ହସ୍ପିଟାଲ କୁ ଯିବାକୁ ହେବ ବୋଲି ସରକାରୀ ନିର୍ଦେଶ ହୋଇଥିବା ବେଳେ ତାଙ୍କର କେୟାର ହସ୍ପିଟାଲ ରିପୋର୍ଟ କହୁଛି କରୋନା ନେଗେଟିଭ । ଏମିତି ଗୋଟିଏ କଥା ନୁହେଁ । ବହୁତ କେଶରେ ଏପରି ତ୍ରୁଟି ଜନିତ ପରିଚାଳନା ଆଜି ସନ୍ଦେହ ଏବ॰ ଭୟର ବାତାବରଣ ତିଆରି କରିଛି । ରୋଗୀ ଦର୍ଶାଇ Covid ହସ୍ପିଟାଲ ରେ ନାମକୁ ମାତ୍ର ଚିକିସ୍ଥାଧୀନ ରଖି ହଜାର ହଜାର, ଲକ୍ଷ ଲକ୍ଷ ଟଙ୍କା BILL କରାଇ ସରକାରଙ୍କ ଠାରୁ ନେଉ ଅଛନ୍ତି। ଏତିକିବେଳେ ସରକାରୀ ବାବୁ ଓ କୋଭିଡ ହସ୍ପିଟାଲର ଭିତିରି କାରସାତି କଥା ବୁଝା ପଡୁନି । ଏ ସମ୍ପର୍କିତ ଖବରର Possitive ଓ Negative ରିପୋର୍ଟ ସହିତ ଉକ୍ତ ବ୍ୟକ୍ତିଙ୍କ ସହିତ ଫୋନ ବର୍ତ୍ତାଳାପ ଆମର ହସ୍ତ ଗତ ହୋଇଅଛି ।