ସାବଧାନ ଘରୋଇ ସ୍କୁଲ୍, ସିଓଆର୍ ନଥିଲେ ବନ୍ଦ ହେବ !

ଭୁବନେଶ୍ୱର:୨୧।୦୭: ସାବଧାନ ଘରୋଇ ସ୍କୁଲ୍। ସାର୍ଟିଫିକେଟ ଅଫ୍ ରେକଗନିସନ୍ ବା ସିଓଆର୍ ନଥିଲେ ହେବ କାର୍ଯ୍ୟାନୁଷ୍ଠାନ। ରାଜ୍ୟରେ ସ୍ୱୀକୃତି ନ ଥିବା ଘରୋଇ ସ୍କୁଲ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲା ଶିକ୍ଷାଧିକାରୀ ବା ଡିଇଓ ମାନଙ୍କୁ ନିର୍ଦ୍ଦେଶ ଦେଇଛି ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ। ଯେଉଁ ଘରୋଇ ସ୍କୁଲ୍ ଗୁଡ଼ିକର ସିଓଆର୍ ନଥିବ ସେମାନଙ୍କୁ ତୁରନ୍ତ କାରଣ ଦର୍ଶାଅ ନୋଟିସ୍ ସହ କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଛି। ନିଜ ଅଞ୍ଚଳରେ ଏଭଳି କେତେ ସ୍କୁଲ୍ ଅଛି ଏବଂ କି କାର୍ଯ୍ୟାନୁଷ୍ଠାନ ସେମାନଙ୍କ ବିରୋଧରେ ନିଆ ଯାଇଛି ସେ ସମ୍ପର୍କରେ ରାଜ୍ୟ ସରକାରଙ୍କୁ ଯଥା ଶୀଘ୍ର ରିପୋର୍ଟ ଦେବାକୁ ନିର୍ଦ୍ଦେଶ ରହିଛି।