ଲକ୍ ଡାଉନ୍ ପାଇଁ ସ୍ଥଗିତ ରହିଲା BPUT ଫାଇନାଲ ସେମିଷ୍ଟର ପରୀକ୍ଷା

ଭୁବନେଶ୍ୱର: ଲକ୍ ଡାଉନ୍ ପାଇଁ ସ୍ଥଗିତ ରହିଲା BPUT ଫାଇନାଲ ସେମିଷ୍ଟର ପରୀକ୍ଷା। ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁର ଜିଲ୍ଲା ସହ ରାଉରକେଲା ମହାନଗର ନିଗମକୁ ଜୁଲାଇ ୩୧ ଯାଏ ରାଜ୍ୟ ସରକାର ଲକ୍ ଡାଉନ୍ କରିବା ପରେ BPUT ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଛାତ୍ର ଛାତ୍ରୀ ଯେପରି ପରୀକ୍ଷାରୁ ବଞ୍ଚିତ ନ ହୁଅନ୍ତୁ ସେଥିଲାଗି BPUT ପକ୍ଷରୁ ବିଜ୍ଞପ୍ତି ମାଧ୍ୟମରେ ଅବଗତ କରାଯାଇଛି। ଆସନ୍ତା ୩୧ ତାରିଖ ଯାଏ MBA, ବି.ଟେକ, M.SC ଓ B.Pharm ପରୀକ୍ଷା ବନ୍ଦ ରହିବ। ଏହାସହ ପରବର୍ତ୍ତୀ ପରୀକ୍ଷା ତାରିଖ ଖୁବ୍ ଶୀଘ୍ର ଘୋଷଣା କରାଯିବ ବୋଲି BPUT ସ୍ପଷ୍ଟ କରିଛି।