ଭୁବନେଶ୍ବର ୧୩/୦୭: କ୍ୟାପିଟାଲ ହସ୍ପିଟାଲର ଜଣେ ଡାକ୍ତର ଆଜି କରୋନା ସଂକ୍ରମିତ ହୋଇଛନ୍ତି । ମେଡିସିନ୍ ବିଭାଗର ସ୍ପେସିଆଲିଷ୍ଟ କରୋନା ପଜିଟିଭ୍ ଆସିଥିବା ନେଇ ବିଳମ୍ବିତ ରାତିରେ ସୂଚନା ମିଳିଛି । ସେହିପରି କ୍ୟାପିଟାଲ ହସ୍ପିଟାଲ ଫିଭର କ୍ଲିନିକର ଡାଟା ଏଣ୍ଟ୍ରି ଅପରେଟଙ୍କ ନମୁନା ବି ପଜିଟିଭ ଆସିଛି ।
ବର୍ତ୍ତମାନ ସୁଦ୍ଧା କ୍ୟାପିଟାଲ ହସ୍ପିଟାଲରୁ ୧୨ ରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୭ରୁ ଅଧିକ ଜଣ କୋଭିଡ୍ ଯୋଦ୍ଧାଙ୍କ ପଜିଟିଭ୍ ଆଛନ୍ତି ।