ଭୁବନେଶ୍ୱର: ସରିଲା ମାଟ୍ରିକ ମୂଲ୍ୟାୟନ। ଖୁବ୍ ଶୀଘ୍ର ଘୋଷଣା ହେବ ରେଜଲ୍ଟ ତାରିଖ। ଜୁଲାଇ 31 ଭିତରେ ମାଟ୍ରିକ ଫଳାଫଳ ବାହାରିବ।
ହେଲେ ଯୁକ୍ତ ଦୁଇ ମୂଲ୍ୟାୟନ ନେଇ ସମସ୍ୟା ରହୁଛି। 20 ଜିଲ୍ଲାରେ shutdown ପାଇଁ ଶିକ୍ଷକମାନେ ମୂଲ୍ୟାୟନ କେନ୍ଦ୍ର ଆସି ପାରୁନାହାନ୍ତି। ମୁଖ୍ୟ ଶାସନ ସଚିବଙ୍କୁ ପତ୍ର ଲେଖିବୁ ଜିଲ୍ଲାପାଳମାନଙ୍କୁ ଅବଗତ କରେଇବେ କିପରି ମୂଲ୍ୟାୟନ ଠିକ ଭାବେ ହେବ ବୋଲି ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି।