ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାରେ ପ୍ରାଥମିକତା ଦେଉନି ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର।

ଆଠମଲ୍ଲିକ,ତା ୦୪/୧୧(ବୁଲୁ ଦଳେଇ) ଆଠମଲ୍ଲିକ ଉପଖଣ୍ଡ ର ଠାକୁରଗଡ଼ ଠାରେ ଥିବା ଏକ ମାତ୍ର ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଜନସାଧାରଣ ଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାରେ ବିଫଳ ହେଉଥିବା ଅଭିଯୋଗ ହେଉଛି। ଏଠାରେ କାର୍ଯ୍ୟରତ ଜଣେ ଡାକ୍ତର, ଜଣେ ଫର୍ମରିଷ୍ଟ ଓ ଷ୍ଟାଫ୍ ନର୍ସ ମାନେ ବିଳମ୍ବରେ ପହଞ୍ଚୁ ଥିବା ଦେଖାଯାଉଛି। ରୋଗୀ ମାନେ ନିର୍ଦ୍ଧାରିତ ସମୟରେ ଡ଼ାକ୍ତର ଖାନରେ ଚିକିତ୍ସା ପାଇଁ ପହଞ୍ଚୁ ଥିବା ବେଳେ କେବଳ ଝାଡୁଦାର ଉପସ୍ଥିତ ଥିବା ଦେଖାଯାଉଛି। ଫଳରେ ଲୋକେ ମାଗଣା ସ୍ବାସ୍ଥ୍ୟ ସେବା ନ ପାଇ ଘରୋଇ କ୍ଲିନିକ୍ ରେ ପହଞ୍ଚୁଥିବା ଦେଖିବାକୁ ମିଳୁଛି। ଷୋଳପଦା ଅଞ୍ଚଳ ର ପ୍ରାୟ ଦଶ ହଜାର ଲୋକ ଏହି କେନ୍ଦ୍ର ଉପରେ ନିର୍ଭରଶୀଳ ଥିବା ବେଳେ ଡ଼ାକ୍ତରଖାନା କର୍ମଚାରୀ ଙ୍କ ବେପରୁଆ ମନୋଭାବ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ୟେ ସମ୍ପର୍କ ରେ ଆମ୍ଭେ ଉପକ୍ଷଣ୍ଡ ଚିକିତ୍ସା ଅଧିକାରୀଙ୍କୁ ବାରମ୍ବାର ଯୋଗାଯୋଗ କରିବା ପାଇଁ ଚେଷ୍ଟା କରି ବିଫଳ ହୋଇଥିଲୁ। ସଂପୃକ୍ତ ଡାକ୍ତର ଅମିୟ ମହାନନ୍ଦ ଙ୍କୁ ବିଳମ୍ବରେ କାହିକି ଡାକ୍ତରଖାନା ପହଂଚିଛନ୍ତି ବୋଲି ପଚାରିବାରୁ ସେ କିଛି ନ କହି ଚାଲି ଯାଇଥିଲେ।