ବଞ୍ଚିବାର ରାହା ଖୋଜୁଛି ଅସହାୟ ମହିଳା |

ବୁଗୁଡ଼ା :(ପୂର୍ଣଚନ୍ଦ୍ର ବାରିକ୍‌ )ଜୀବନର ଦୁଃଖ ସମୟରେ ନିଜର ସମ୍ପର୍କୀୟ ମାନେ ପାଖରେ ଠିଆହୋଇ ସମବେଦନା ଜଣାଇଥାନ୍ତି କିନ୍ତୁ ଯେତେ ବେଳେ ଜଣେ ଅସହାୟ ବ୍ୟକ୍ତି ର ଜୀବନରେ ଦୁଃଖ ଆସେ ସେତେବେଳ ପାଖରେ ଠିଆ ହୋଇ ଆହା ପଦେ କହିବାକୁ କେହି ନଥାନ୍ତି.କେବଳ ଭଗବାନଙ୍କ ଉପରେ ଭରସା କରି ବଞ୍ଚିବାର ରାହା ଖୋଜୁଥାଏ. ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ କରସିଙ୍ଗି ଗ୍ରାମରେ. ଏହି ଗ୍ରାମର ଶଶୀ ଦାସ, ବୟସ 45 ସେ ଅବିବାହିତ ହୋଇଥିବାରୁ ବାପା ମା ଚାଲିଗଲାପରେ ଭାଇମାନେ ମଧ୍ୟ ଆଉ ପଚାରିଲେନାହିଁ. ସେ ମୁଲଲାଗି ନିଜର ପେଟପୋଷୁଥିଲେ କିନ୍ତୁ ଦଇବ ଦାଉସାଧିଲାପରି 10ବର୍ଷ ପୂର୍ବେ ଫାଲେରିଆ ରୋଗରେ ଆକ୍ରାନ୍ତ ହୋଇଥିଲେ ବର୍ତ୍ତମାନ ସେହିରୋଗ ଏତେ ବଢିଯାଇଛିଯେ ଗୋଡ଼ରେ ଘା ହୋଇ ପଚି ଦୃଗନ୍ଧ ହେଉଛି ଯାହାଫଳରେ ସାହି ପଡିସା କେହି ପାଖକୁ ଆସୁନାହାନ୍ତି. ଯାହାଫଳରେ ଅସହାୟ ଭାବରେ ନିଜ ଭାଗ୍ୟକୁ ଆଦରି ଝାଟି କୁଡ଼ିଆ ତଳେ ପଡିରହିଛନ୍ତି. ସରକାରୀ ସହାୟତା କହିଲେ 5କିଲ ଚାଉଳ ଏବଂ 500 ଟଙ୍କା ଭର୍ତ୍ତା ପାଉଛନ୍ତି. ବିଜୁ ସ୍ଵାସ୍ତ୍ୟ କାର୍ଡ ମଧ୍ୟ ପାଇଛନ୍ତି କିନ୍ତୁ କାମରେ ଆସୁନି ସେହି କାର୍ଡ.ସରକାର ତାଙ୍କ ପ୍ରତି ଦୃଷ୍ଟି ଦେଇ ଚିକିତ୍ସା କରିବାରେ ସାହାଯ୍ୟ କଲେ ଏହି ଦୁଃଖ କଷ୍ଟରୁ ମୁକ୍ତି ପାଇପାରିବେବୋଲି କୋହ ଭରା କଣ୍ଠ ରେ ନିବେଦନ କରିଛନ୍ତି.