ଗଜପତି,୧୨।୦୭:ଗଜପତି ଜିଲ୍ଲାର ବରିଷ୍ଠ ସାମ୍ବାଦିକ କେ.ସିଏଚ.ରତ୍ନମଙ୍କର କରୋନାରେ ମୃତ୍ୟୁ ହୋଇଛି । ଗତ ୫ ଦିନ ତଳେ ହଠାତ୍ ତାଙ୍କ ଦେହ ଅସୁସ୍ଥ ହେବାରୁ ପ୍ରଥମେ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଇଥିଲା।
ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ହାଇଟେକ ମେଡିକାଲକୁ ସ୍ଥାନନ୍ତର କରାଯାଇଥିଲା । ସେଠାରେ ସେ କରନା ପଜିଟିଭ ଥିବା ଜଣାପଡିଥିଲା । ରବିବାରରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ସେ ଦୀର୍ଘ ୪୦ବର୍ଷ ହେଲା ତେଲୁଗୁ ଦୈନିକ ଖବର କାଗଜ ପାଇଁ ପାରଳାଖେମୁଣ୍ଡିରେ କାର୍ଯ୍ୟ କରୁଥିଲେ । ତାଙ୍କ ବିୟୋଗରେ ଗଜପତି ଜିଲ୍ଲାପାଳ ଶୋକ ବ୍ୟକ୍ତ କରିଛନ୍ତି ।