ପୁରୀ,୩/୭: କରୋନା ମୁକାବିଲା ପାଇଁ ସପ୍ତାହରେ ୨ ଦିନ ସଟଡାଉନ କରୁଛନ୍ତି ସରକାର। କିନ୍ତୁ ଏଥିରୁ ବାଦ ପଡିଛି ପୁରୀ ସହର। ଏଥର ଶନିବାର ଓ ରବିବାରରେ ସଟଡାଉନ ହେବନି ପୁରୀ ଜିଲ୍ଲା। ଅନ୍ଲକ୍-୨ର ସଟ୍ଡାଉନ ତାଲିକାରୁ ବାଦ୍ ପଡ଼ିଛି ପୁରୀ। କାଲି ମାର୍କେଟ ଛକରୁ ଶ୍ରୀମନ୍ଦିର ଯାଏ ବଳବତ୍ତର ରହିବ ୧୪୪ ଧାରା। ନୀଳାଦ୍ରି ବିଜେକୁ ଦୃଷ୍ଟିରେ ରଖି ୧୪୪ ଧାରା ଜାରି କରିଛି ପ୍ରଶାସନ।