ଭୁବନେଶ୍ୱର: ଜୁଲାଇ ୯ ରୁ ଆରମ୍ଭ ହେବ BPUT ଫାଇନାଲ ସେମିଷ୍ଟର ପରୀକ୍ଷା। ଜୁଲାଇ ୨୯ ଯାଏ ବିଭିନ୍ନ ବିଷୟରେ ୫ ଟି ପର୍ଯ୍ୟାୟରେ ପରୀକ୍ଷା ଅନୁଷ୍ଠିତ ହେବ। ଏନେଇ ଆଜି BPUT ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଉଚ୍ଚ ଶିକ୍ଷା ଓ ଚାକିରି ଦୃଷ୍ଟିରୁ ହଇରାଣ ନହେବା ଲାଗି ଯେଉଁ ଛାତ୍ର ଛାତ୍ରୀ ମାନେ ଚାହିଁବେ ସେମାନେ ଏହି ଅନଲାଇନ୍ ରେଗୁଲାର ଶେଷ ସେମିଷ୍ଟର ପରୀକ୍ଷା ବର୍ତ୍ତମାନ ଦେଇପାରିବେ। ନଚେତ ସ୍ଥିତି ସୁଧୁରିବା ପରେ BPUT ପୁନଃ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଛି। ଯେଉଁମାନେ ଏଥିରେ ପରୀକ୍ଷା ଦେବେ ନାହିଁ ସେମାନେ ପରବର୍ତ୍ତୀ ପର୍ଯ୍ୟାୟରେ ଅଫ୍ ଲାଇନ୍ ପରୀକ୍ଷା ଦେଇପାରିବେ ବୋଲି BPUT ସ୍ପଷ୍ଟ କରିଛି।
କପି କୁ ରୋକିବା ଲାଗି ଆଟିଫିଶିଆଲ ଇଣ୍ଟେଲିଜେନସ୍ ର ବ୍ୟବସ୍ଥା କରିଛି BPUT। ଛାତ୍ର ଛାତ୍ରୀମାନେ ଅନଲାଇନ୍ ପରୀକ୍ଷା ଦେବା ସମୟରେ ଲାପ୍ ଟପ୍ କିମ୍ବା ଡେସ୍କ ଟପ୍ ସାମ୍ନାରୁ ଉଠି ପାରିବେ ନାହିଁ କି ମୋବାଇଲ ବ୍ୟବହାର କରିପାରିବେ ନାହିଁ। ଏହାକୁ ଆଟିଫିଶିଆଲ ଇଣ୍ଟେଲିଜେନସ୍ ଜଗିବ। ଅସତ ଉପାୟ ଅବଲମ୍ବନ କଲେ ପରୀକ୍ଷାରୁ ବାଦ ପଡିବେ ପରୀକ୍ଷାର୍ଥୀ। ସେହିପରି BPUT ଜାରି କରିଥିବା ଜିଲ୍ଲା ୱାରୀ କେନ୍ଦ୍ର କୁ ଯାଇ ଅଥବା ଘରେ ବସି ଛାତ୍ର ଛାତ୍ରୀମାନେ ପରୀକ୍ଷା ଦେଇପାରିବେ।