କଟକ ୨୨/୦୬ : କଟକର ଏସସିବି ଡେଣ୍ଟାଲ୍ କଲେଜର ଜଣେ ଡାକ୍ତର କରୋନା ସଂକ୍ରମିତ ହୋଇଛନ୍ତି। ସେ ଜଣେ ଇଣ୍ଟର୍ଣ୍ଣ ବୋଲି ଜଣାଯାଇଛି। ତାଙ୍କର ବୟସ ୨୬ ବର୍ଷ ବୋଲି ଜଣାଯାଇଛି। କରୋନା ପଜିଟିଭ୍ ଚିହ୍ନଟ ହେବାପରେ ସମ୍ପୃକ୍ତ ଡାକ୍ତରଙ୍କୁ କୋଭିଡ ଆଇସୋଲେସନ୍ ଓ୍ବାର୍ଡରେ ରଖାଯାଇଥିବା ଏସସିବି ମେଡିକାଲ୍ କଲେଜ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।