ବାଲୁଗାଁ ୨୨/୦୬ : ଖୋର୍ଦ୍ଧା ଉପକଣ୍ଠ ବାଣପୁର-ବାଲୁଗାଁରେ ଦେଶୀ ମଦ ବନ୍ୟାକୁ ରୋକିବାକୁ ବିଭିନ୍ନ ରାସ୍ତା ଆପଣେଇବା ପରେ ଶେଷରେ ଖୋର୍ଦ୍ଧା ଜିଲ୍ଲା ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକଙ୍କ ଦ୍ଵାରସ୍ଥ ହେଲେ ମା ଭଗବତୀ ମହିଳା ବିକାଶ ମଞ୍ଚର ସଦସ୍ୟ ଓ ଏହାର ଆବାହକ । ଆଜି ଯୁବ ସମାଜସେବୀ ତଥା ମଞ୍ଚର ଆବାହକ ଲଲାଟେନ୍ଦୁ ଶତପଥୀ ଓ ଚିଲିକା ରିପୋର୍ଟର ଆସୋସିଏସନର ସମ୍ପାଦକ ଅମିତାଭ ପାଟ୍ଟଯୋଶୀ , ମନୋଜ କୁମାର ଜେନା ପ୍ରମୁଖଙ୍କ ସହ ମହିଳା କର୍ମକର୍ତ୍ତା ସବିତା ନନ୍ଦ, ରୀନା ଶ୍ରୀଚନ୍ଦନ, କଳ୍ପନା ମହାରଣା, ବବିନା ତ୍ରିପାଠୀ , କବିତାରାଣୀ ମହାପାତ୍ର , ସୁପ୍ରଭା ସାସମଲ ବାଲୁଗାଁ ଥାନାରେ ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକଙ୍କୁ ଭେଟିଥିଲେ ।
ଉପଖଣ୍ଡ ଅଧୀକ୍ଷକ ଶ୍ରୀ ଏସ କେ ଦାସ ସମସ୍ତଙ୍କ ଘଟଣା କୁ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ । କିଛି ଅସାଧୁ ବ୍ୟକ୍ତିଙ୍କ ମାତ୍ରାଧିକ ହସ୍ତକ୍ଷେପ କିଭଳି ଥାନାକୁ ଦୁର୍ବଳ କରୁଛି ସେ ନେଇ ମହିଳାମାନେ ଦ୍ରୁଷ୍ଟି ଆକର୍ଷଣ କରିଥିଲେ । ଅଧୀକ୍ଷକ ଶ୍ରୀ ଦାସଙ୍କ ଠାରୁ ନିଶ୍ଚିତ କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ପାଇବା ପରେ ମଞ୍ଚ ଆଶା ସହିତ ଆଶ୍ଵସ୍ତି ପ୍ରକାଶ କରିଥିଲେ |
ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି କି ଏହି ବିଷୟ ନେଇ ଅତିରିକ୍ତ ଏସ ପି , ଉପଖଣ୍ଡ ଅଧୀକ୍ଷକ ଓ ଦୁଇ ଥାନାର ପ୍ରମୁଖ ଅଧିକାରୀ ଆଲୋଚନା କରିବା ସହ ଉଦବେଗ ପ୍ରକାଶ କରିଛନ୍ତି । ଆଗାମୀ ଦିନରେ ମଦ ବେପାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ହେବ ବୋଲି ସାଧାରଣ ରେ ଚର୍ଚା ହେଉଛି ।