କଟକ : କଟକ ଜିଲ୍ଲାରୁ ଆଜି ୨୩ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସୂଚନା ଅନୁସାରେ ମାହାଙ୍ଗା ବ୍ଲକରେ ୬ ଜଣ, ଆଠଗଡ଼ରେ ଜଣେ, କାନପୁରରେ ୬ ଜଣ, ଟାଙ୍ଗୀରେ ଜଣେ, ବାଙ୍କୀରେ ୩ଜଣ, ନିଆଳିରେ ୨ ଜଣ, ସାଲେପୁରରେ ଜଣେ ଓ ଏନଡିଆରଏଫ୍ରେ ୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ରବିବାର ଚିହ୍ନଟ ୨୩ଜଣଙ୍କୁ ମିଶାଇ କଟକ ଜିଲ୍ଲାର ମୋଟ ୪୧୭ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୩୧୩ ଜଣ ରୋଗୀ ସୁସ୍ଥ ହୋଇଛନ୍ତି। ଜଣେ ରୋଗୀଙ୍କର ମୃତ୍ୟୁ ହୋଇଛି।