ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶ ପାଳନ ସମସ୍ତଙ୍କର କର୍ତ୍ତବ୍ୟ : ଗଜପତି ମହାରାଜ

ଭୁବନେଶ୍ୱର : ଚଳିତବର୍ଷ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଘୋଷଯାତ୍ରା ହେବନାହିଁ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଘୋଷଯାତ୍ରା ସ୍ଥଗିତ ରଖିବାକୁ ସର୍ବୋଚ୍ଚ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ରାୟ ପ୍ରକାଶ ପାଇବା ପରେ ଗଜପତି ମହାରାଜ ଦିବ୍ୟସିଂହ ଦେବ କହିଛନ୍ତି ଯଦିଓ କୋର୍ଟଙ୍କ ରାୟ ଦେଶର ସମସ୍ତ ନାଗରିକଙ୍କ ଲାଗି ପାଳନୀୟ। କିନ୍ତୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେବକମାନଙ୍କ ଲାଗି ଏହା ଦୁଃଖଦାୟକ। ହେଲେ ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶ ପାଳନ ସମସ୍ତଙ୍କର କର୍ତ୍ତବ୍ୟ। ମାତ୍ର ଏହି ରାୟ ଜଗନ୍ନାଥ ପ୍ରେମୀଙ୍କ ମନରେ ଦୁଃଖ ଦେଇଛି। ତେବେ ଖୁବ୍‌ ଶୀଘ୍ର ଶ୍ରୀମନ୍ଦିର ପଚିଚାଳନା କମିଟର ବୈଠକ ବସି ବର୍ତ୍ତମାନ ପରିସ୍ଥିତିରେ ମହାପ୍ରଭୁଙ୍କ ନୀତିକାନ୍ତ କିପରି ସମ୍ପନ୍ନ ହେବ ସେ ନେଇ ନିଷ୍ପତ୍ତି ନିଆଯିବ।

ଗୁରୁବାର ଗଜପତି ମହାରାଜ କହିଛନ୍ତି କୋଭିଡ-୧୯ ସଂକ୍ରମଣ ଲାଗି ସୁପ୍ରିମକୋର୍ଟ ରଥଯାତ୍ରାକୁ ସ୍ଥଗିତ ରଖିବା ପରେ ମନ୍ଦିର ଭିତରେ କିଭଳି ମହାପ୍ରଭୁଙ୍କ ନୀତିକାନ୍ତି ସମାପନ ହେବ ସେନେଇ ଜଗ୍‌ତଗୁରୁ ଶଙ୍କରାଚାର୍ଯ୍ୟଙ୍କ ମତାମତ ଲୋଡାଯିବ। ଶ୍ରୀମନ୍ଦିର ବାହାରେ ନ ହୋଇ ପାରିଲେ ଭିତରେ ରଥଯାତ୍ରା ପ୍ରତୀକାତ୍ମକ ଭାବେ ସମ୍ଭବ କି ନାହିଁ ତାହା ତର୍ଜମା କରାଯିବ।

ଅନ୍ୟପକ୍ଷରେ ଆଜି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏସଏ ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ ରଥଯାତ୍ରା ସମ୍ପର୍କିତ ଏକ ମାମଲାର ଶୁଣାଣି କରିଥିଲେ। ଜଷ୍ଟିସ ବୋବଡେ କହିଥିଲେ ଯଦି ସୁପ୍ରିମକୋର୍ଟ ରଥଯାତ୍ରାକୁ ଅନୁମତି ଦେବେ ତା’ହେଲେ ଭଗବାନ ଜଗନ୍ନାଥ ଆମକୁ କ୍ଷମା ଦେବେନାହିଁ। କେବଳ ପୁରୀ ନୁହେଁ ଚଳିତବର୍ଷ ଓଡ଼ିଶାର କୌଣସି ସ୍ଥାନରେ ରଥଯାତ୍ରା ହୋଇପାରିବ ନାହିଁ।