ପ୍ରତି ବ୍ଲକରେ ୩୦ କିଲୋମିଟର ରାସ୍ତା କାମ କରିବ ଗ୍ରାମୀଣ ବିକାଶ ବିଭାଗ

ଭୁବନେଶ୍ୱର: ପ୍ରତି ବ୍ଲକରେ ୩୦ କିଲୋମିଟର ରାସ୍ତା କାମ କରିବ ଗ୍ରାମୀଣ ବିକାଶ ବିଭାଗ। ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଅଧୀନରେ ହେବ କାମ। ଏ ନେଇ ସର୍ଭେ ଚାଲିଛି। ୧୪ ଟି ଜିଲ୍ଲାରେ ସରିଛି। ବାକି ୧୬ ଜିଲ୍ଲାରେ ଜୁନ ୩୦ ତାରିଖ ସୁଦ୍ଧା ସରିବ। ସର୍ଭେ ରିପୋର୍ଟ କେନ୍ଦ୍ର ସରକାରଙ୍କ ପାଖକୁ ପଠାଯିବା। ବର୍ଷା ସରିବା ପରେ ଟେଣ୍ଡର କରାଯାଇ କାମ ଆରମ୍ଭ ହେବାର ଲକ୍ଷ୍ୟ ରହିଛି ବୋଲି ରାଜ୍ୟ ଗ୍ରାମୀଣ ବିକାଶ ମନ୍ତ୍ରୀ ସୁଶାନ୍ତ ସିଂ କହିଛନ୍ତି ।