ବ୍ରହ୍ମଗିରି, ୧୩|୦୬: ବ୍ରହ୍ମଗିରି ଥାନା ଆଇଆଇସିଙ୍କ ସମେତ ସମସ୍ତ ପୋଲିସ କର୍ମଚାରୀ କ୍ୱାରେଣ୍ଟାଇନରେ ରହିବେ । ସୂଚନାନୁସାରେ, ଗତ ୯ ତାରିଖରେ ବ୍ରହ୍ନଗିରି ଥାନା ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ୧୧ ତାରିଖରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିଲା । ତାଙ୍କଠାରେ କରୋନା ଲକ୍ଷଣ ଥିବାରୁ ସ୍ୱାବ୍ ପରୀକ୍ଷା ପାଇଁ ପଠାଯାଇଥିଲା । ଅଭିଯୁକ୍ତଙ୍କ ଟେଷ୍ଟ ରିପୋର୍ଟ ଶନିବାର ପଜିଟିଭ୍ ଆସିଛି ।