ଭୁବନେଶ୍ବର ୧୨/୦୬ : ରଜକୁ ଦୃଷ୍ଟିରେ ରଖି ସନ୍ଧ୍ୟା ୭ଟା ପରିବର୍ତ୍ତେ ରାତି ୧୦ଟା ଯାଏ କୋହଳ ହୋଇଥିଲା ନାଇଟ କର୍ଫ୍ୟୁ । ବିଭିନ୍ନ ସ୍ଥାନରେ କରୋନା କଟକଣା ଭୁଲି ଲୋକେ କିଣାକିଣି କରୁଛନ୍ତି । ସାମାଜିକ ଦୂରତା ନିୟମକୁ ଲୋକେ ନ ମାନି ମାର୍କେଟ ବିଲ୍ଡିଂରେ ଗହଳି କରିଥିଲେ । ଏଭଳି ଖବର ପାଇବା ପରେ ମାର୍କେଟ ବିଲ୍ଡିଂ ସିଲ୍ କରିଥିଲା ବିଏମସି । ମାର୍କେଟ ବିଲ୍ଡିଂ ପରେ ଏବେ ୟୁନିଟ-୧ ମାର୍କେଟକୁ ବିଏମସି ସିଲ୍ କରିଛି ।
ବିଏମସି କେବଳ ଆଜି ଦିନକ ପାଇଁ ମାକେର୍ଟକୁ ସିଲ୍ କରିଛି । ଉଲ୍ଲେଖଯୋଗ୍ୟ ଯେ, ରଜକୁ ଦୃଷ୍ଟିରେ ରଖି ସନ୍ଧ୍ୟା ୭ଟା ପରିବର୍ତ୍ତେ ରାତି ୧୦ଟା ଯାଏ କୋହଳ ହୋଇଥିଲା ନାଇଟ କର୍ଫ୍ୟୁ । କିନ୍ତୁ ଦୋକାନରେ ଅତ୍ୟଧିକ ଲୋକ ଭିଡ଼ ଦେଖି ବିଏମସି ଏଭଳି ନିଷ୍ପତ୍ତି ନେଇଛି । ବିଏମସି-ବିଡିଏ ଓ ପୋଲିସ ମିଳିତ ଭାବେ ୟୁନିଟ-୧ ମାର୍କେଟ ସିଲ୍ ପାଇଁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି ।