ଭୁବନେଶ୍ୱର: ବନ୍ଦ ହେଲା ସ୍କୁଲ ଆଡ଼ମିଶନ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ସବୁ ଡିଇଓ ଓ ଡିପିସି ମାନଙ୍କୁ ହ୍ଵାଟ୍ସଆପ ଜରିଆରେ ନିର୍ଦ୍ଧେଶ ଦିଆଗଲା । ଏ ନେଇ ଏକ ଷ୍ଟାଣ୍ଡର୍ଡ ଅପରେଟିଙ୍ଗ ପ୍ରସିଜିୟୁର ଜାରି କରିବ ବିଭାଗ ଏବଂ ଏସଓପି ଜାରି ହେବା ପର୍ଯ୍ୟନ୍ତ ଆଡ଼ମିଶନ ସ୍ଥଗିତ କରିବାକୁ କୁହାଗଲା । ଛାତ୍ରଛାତ୍ରୀ ଙ୍କୁ ସ୍କୁଲ ଆସିବାକୁ ବାରଣ କରାଗଲା। ଗତ ୮ ତାରିଖ ସୋମବାରଠାରୁ ରାଜ୍ୟରେ ସମସ୍ତ ସ୍କୁଲ ଗୁଡିକରେ ପ୍ରଥମରୁ ଦଶମ ପର୍ଯ୍ୟନ୍ତ ଆଡ଼ ମିଶନ ପ୍ରକ୍ରିୟା ଆରମ୍ଭ ହୋଇଛି। ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ଜୁଲାଇ ୧୫ ସୁଦ୍ଧା ସବୁ ସ୍କୁଲରେ ଆଡ଼ ମିଶନ ପ୍ରକ୍ରିୟା ସାରିବା ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିଲା। ଯାହାକୁ ନେଇ ଅଭିଭାବକ ସଙ୍ଘ ଧାରଣା ଦେଇଥିଲା ଏବଂ ବିରୋଧ ମଧ୍ୟ କରିଥିଲା । କରୋନା କବଳିତ ସାରା ବିଶ୍ୱ ଥିବାବେଳେ ଏହି ସମୟରେ ଆଡ଼ ମିଶନ ହେଲେ ସଂକ୍ରମଣ ଆହୁରି ବ୍ୟାପିବ ତେଣୁ ଏହାକୁ ପ୍ରତିକ୍ରିୟା ପ୍ରକାଶ ପାଇବ। ଖୁବ ଶୀଘ୍ର ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ।