ଆଜି ଦିନ ୧୧ ଟା ସମୟରେ ଢେଙ୍କାନାଳ ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ସ୍ମିତାରାଣୀ ସାମଲଙ୍କ ନେତୃତ୍ଵରେ ସ୍ଥାନୀୟ ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋପ ଓ କୁଶ ପୁତ୍ତଳିକା ଦାହ କାର୍ଯ୍ୟକ୍ରମ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ର ସମସ୍ତ ବ୍ଲକ ମୁନିସିପାଲଟି ଓ ଏନ୍ ଏ ସି ରୁ ଯୋଗ ଦେଇ କାର୍ଯ୍ୟକ୍ରମ କୁ ସଫଳ କରିବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେତୃତ୍ଵରେ କେନ୍ଦ୍ର ସରକାରଙ୍କ ଯେଉଁଭଳି ରକ୍ଷନ ଗ୍ୟାସ୍ ଦରକୁ ବୃଦ୍ଧି କରି ନିତ୍ୟହାର୍ଯ୍ୟ ଜିନିଷର ଅହେତୁକ ଦର ବୃଦ୍ଧି ଯୋଗୁଁ ସାଧାରଣ ଗୃହିଣୀର ରୋଷେଇ ଉପରେ ଚଡକ ମାଡ ପଡିଛି ଏବଂ ଆଗାମି ଦିନରେ ଭାରତ ବର୍ଷରେ ଶ୍ରୀଲଙ୍କା ଭଳି ସୃଷ୍ଟି ହେବାକୁ ଯାଉଛି । ଗ୍ୟାସର ଭଜ୍ୱଳା ଯୋଜନା କରୁଥିବା ବେଳ ଲୋକମାନେ ସେମାନଙ୍କର ରନ୍ଧନ ଗ୍ୟାସ୍ କୁ ରିଫିଲିଙ୍ଗ ନକରି ପାରି ବାଧ୍ୟ ହୋଇ ୧୦୦ ଟଙ୍କା କମିଶନ ରଖି ଗ୍ୟାସ୍ ବିତର୍କ ମାନଙ୍କୁ ଛାଡି ଦେଉଥିବାରୁ ଏହା ପରେ ବଡ ଦୁର୍ନିତ ଥିବା ଗନ୍ଧ ଜଣା ପଡୁଛି ।
ଉକ୍ତ ସଭାରେ AICC ସଭ୍ୟ ସୁଭାଶିନି ମହାକୁଡ, ସମସିଦା ତାୟୁ, ଟାଉନ୍ ମହିଳା ସଭାନେତ୍ରୀ ଶିଳ୍ପଶ୍ରୀ ହରିଚନ୍ଦନ, ରୋମିନା ବେଗମ, ସଂଯୁକ୍ତ । ପରିଡା , ସୁଜତା ଖଟୁଆ, ଜିଲ୍ଲା ସଭାପତି ସରୋଜ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ନବିନ ଚନ୍ଦ୍ର ନାରାୟଣ ଦାଶ, ପୂର୍ବତନ ସଭାପତି ସୁରେଶ ଚନ୍ଦ୍ର ପାଣି ଗ୍ରାହୀ, ନିର୍ମଳ ମିଶ୍ର । ମଧୁରି ସାହୁ ଓ ଛାତ୍ର କଂରେସର ସଭାପତି ଶୁଭମ ଦାସ ଆଜି ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ ।
ସର୍ବଶେଷରେ ପ୍ରଦେଶ ମହିଳା ସଭାନେତ୍ରୀ ଶ୍ରୀମତି ବନିତା ପରିଡାଙ୍କ ନେତୃତ୍ଵରେ ସାରା ଓଡ଼ିଶାରେ ଏକ ବିକ୍ଷୋପ କାର୍ଯ୍ୟକ୍ରମ କରାଯାଉ ଥିବାରୁ ସର୍ବ ସମତି କ୍ରମେ ପ୍ରଦେଶ କଂଗ୍ରେସ ସଭାନେତ୍ରୀଙ୍କୁ ଅନ୍ୟବାଦ ଅର୍ପଣ କରାଯାଇ ଥିଲା ।