ଚିଲିକା ବିଧାୟକଙ୍କୁ ମାଡ଼ ମରା ଘଟଣାରେ ୦୯ ଗିରଫ, ଗାଡ଼ି ନମ୍ବର ନେଇ ବଢ଼ିଲା ଅଡ଼ୁଆ

ଚିଲିକା:-୨୮/୩(ବିନୁ ଦାସ୍):- ଗତ ବାର ତାରିଖରେ ଚିଲିକା ବିଧାୟକ ଙ୍କୁ ବାଣପୁର ବ୍ଲକ ନିକଟରେ ଗାଡ଼ି ମାଡିବାକୁ କେନ୍ଦ୍ର କରି ବିଧାୟକ ଚିଲିକା ପ୍ରଶାନ୍ତ ଜଗଦ୍ଦେବ(ଗଣେଶ)ଙ୍କୁ ମାଡ଼ ମାରି ଗୁରୁତର କରିଥିଲେ କିଛି ବିଜେପି କର୍ମୀ।ଏହି ଘଟଣା ରେ ଗାଡ଼ି ମଡ଼େଇ ସାଧାରଣ ଲୋକଙ୍କୁ ଏବଂ କିଛି ପୋଲିସ କର୍ମୀ ଙ୍କୁ ଆଘାତ ଦେଇଥିଲେ।ଯାହାଫଳରେ ବିଧାୟକ ଚିଲିକା ଙ୍କୁ ବାଣପୁର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା।ପରବର୍ତୀ ସମୟରେ ତାଙ୍କ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବାଣପୁର ଜେଲ କୁ ପଠେଇ ଦିଆଯାଇଛି।ସେହିଭଳି ବିଧାୟକ ଙ୍କୁ ଆକ୍ରମଣ କରିଥିବା ଲୋକଙ୍କୁ ଖୋର୍ଦ୍ଧା ଏସ୍ପି ଅଲେଖ ଚନ୍ଦ୍ର ପହିଙ୍କ ନିର୍ଦ୍ଦେଶ ମୁତାବକ ବାଲୁଗାଁ ଏସ୍ଡିପିଓ ମାନସ ରଞ୍ଜନ ବାରିକ ଏକ ସ୍ପେଶାଲ ଟିମ୍ ଯୋଗେ ଚଢ଼ାଉ କରି ନୀଳାଦ୍ରି ପ୍ରସାଦ ଜଙ୍ଗଲର ବାଙ୍କଡ଼ା ଗଡ଼ ରାଜପ୍ରାସାଦ ନିକଟରୁ ୦୯ ଜଣଙ୍କୁ ଗିରଫ କରି କେଶନଂ ୧୧୭/୨୨ ରେ କୋର୍ଟ ଚାଲାଣ କରିଛନ୍ତି। ଅନ୍ୟ ଅଭିଯୁକ୍ତ ଖୁବଶୀଘ୍ର ଗିରଫ ହେବେ ବୋଲି ଏସ୍ଡିପିଓ ବାଲୁଗାଁ କହିଛନ୍ତି।

ସେହିଭଳି ବିଧାୟକ ଙ୍କର ଗାଡ଼ି ନମ୍ବର ନେଇ ବଢୁଛି ଅଡ଼ୁଆ। ପୋଲିସ ସୂଚନା ମୁତାବକ ଗତ ବାର ତାରିଖରେ ବିଧାୟକ ଙ୍କର ଗାଡ଼ି ମଡେଇବା ଏବଂ ପରବର୍ତ୍ତୀ ସମୟରେ ଗାଡ଼ି ର ଦୁଇଟି ନମ୍ବର ଥିବା ପୋଲିସ ଦେଖିବାକୁ ପାଇଥିଲା। କେଶ ନଂ ୧୧୩/୨୨ ମୁତାବକ ବିଧାୟକ ଙ୍କର ଗାଡିଟି ମଡିଯିବା ଫଳରେ କିଛି ପୋଲିସ କର୍ମୀ, କିଛି ସାଧାରଣ ଲୋକ ଆହତ ହୋଇଥିଲେ। ଓ.ଡ଼ି.୦୨.ଏ.ୱାଇ ୫୭୭୫ ନମ୍ବର ବିଶିଷ୍ଟ ଭଙ୍ଗା ଡିସ୍କଭରୀ ଗାଡ଼ି ଜବତ କରିଥିଲା ବାଣପୁର ପୋଲିସ। ସେହି ଗାଡିକୁ ଅଧିକ ତଦନ୍ତ କରାଯିବାରୁ ଗାଡ଼ିରେ ଅନ୍ୟ ଏକ ଗାଡ଼ି ନମ୍ବର ଓ.ଡ଼ି.୨୫.କେ ୫୭୭୫ ବିଶିଷ୍ଟ ଟ୍ରେଟା ଗାଡ଼ିର ନମ୍ବର ପ୍ଲେଟ ପାଇଥିଲା ପୋଲିସ। ଯାହାଫଳରେ ଗାଡ଼ି ର ପ୍ରକୃତ ମାଲିକ କିଏ ଦୁଇ ଦୁଇଟି ନମ୍ବର ନେଇ ଅଡ଼ୁଆ ବଢିଥିବା ବେଳେ ଆର୍ଟିଓ ବିଭାଗ ପକ୍ଷରୁ ପୋଲିସ ତଦନ୍ତ କରି ପରବର୍ତ୍ତୀ ପଦକ୍ଷେପ ସ୍ୱରୂପ ଦୁଇ ନମ୍ବର ଥିବା ଗାଡ଼ି ମାଲିକଙ୍କୁ ବାଣପୁର ପୋଲିସ ଆଗାମୀ ଦୁଇ ତାରିଖ ସୁଦ୍ଧା ଦୁଇ ଗାଡି ମାଲିକ ନିଜ ଗାଡ଼ିର ସମସ୍ତ କାଗଜପତ୍ର ସହ ଉପସ୍ଥିତ ହେବାକୁ ନୋଟିସ ଜାରି କରିଛି।