ଟାଙ୍ଗୀ:-୧୩/୦୨(ବିନୁ ଦାସ୍):-ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ମଇଦାନରେ ପ୍ରାର୍ଥୀ ମାନଙ୍କ ପକ୍ଷରୁ ପ୍ରଚାର ପ୍ରସାର ଜୋରସୋରରେ ଆରମ୍ଭ ହୋଇଗଲାଣି।ଏଥିପାଇଁ ଖୋର୍ଦ୍ଧା ଜିଲ୍ଲା ବି ବାଦ ପଡିନି।ତନ୍ମଧ୍ୟରୁ ଟାଙ୍ଗୀବ୍ଲକ ଏବଂ ଚିଲିକା ବ୍ଲକ ଅନ୍ୟତମ।ସୂଚନାଯୋଗ୍ୟ କି ଟାଙ୍ଗୀ ଥାନା ଅଧୀନରେ ଦୁଇଟି ବିଧାନସଭା ଚିଲିକା ଏବଂ ଖୋର୍ଦ୍ଧା ର କିଛି ଦୁଇଟି ବ୍ଲକ ରହିଛି।ଯାହାକି ଟାଙ୍ଗୀ ଥାନା ଅଧୀନରେ ଖୋର୍ଦ୍ଧା ବିଧାନସଭା ର ଟାଙ୍ଗୀ ବ୍ଲକର କିଛି ପଞ୍ଚାୟତ ରହୁଥିବା ବେଳେ ଅନୁରୂପ ଭାବେ ଚିଲିକା ବିଧାନସଭା ଆସନ ର ଚିଲିକା ବ୍ଲକ ର କିଛି ପଞ୍ଚାୟତ ରହିଛି।ଆଇନ ଶୃଙ୍ଖଳା ରକ୍ଷା କରିବା ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ରହିଛି କିନ୍ତୁ ଏସବୁକୁ ସଫଳତା ର ସହ ପରିଚାଳନା କରିବାକୁ ଖୋର୍ଦ୍ଧା ଜିଲ୍ଲା ପୋଲିସ ସମ୍ପୂର୍ଣ୍ଣ ପ୍ରସ୍ତୁତ।
ନବନିଯୁକ୍ତ ଖୋର୍ଦ୍ଧା ଏସ୍ସି ଅଲେଖ ଚନ୍ଦ୍ର ପହି ଙ୍କର ନିର୍ଦେଶ ମୁତାବକ ଦକ୍ଷ ପୋଲିସ ଅଧିକାରୀ ବାଲୁଗାଁ ଏସ୍ ଡ଼ିପିଓ ମାନସ ରଞ୍ଜନ ବାରିକଙ୍କ ଆକ୍ସନ ପ୍ଲାନ ସହ ଟାଙ୍ଗୀ ତହସିଲଦାର ସ୍ମୃତି ରଞ୍ଜନ ଶତପଥୀ ଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଟାଙ୍ଗୀ ଥାନାଧିକାରୀ ବିଜୟ ମଲ୍ଲିକଙ୍କର ଉପସ୍ଥିତରେ ଏବଂ ଭୂଷଣ୍ଢପୁର ଫାଣ୍ଡି ଅଧିକାରୀ ମାଧବା ନନ୍ଦ ବସ୍ତିଆଙ୍କର ସହ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ସହ ଟାଙ୍ଗୀ ଥାନାର ସମସ୍ତ ପୋଲିସ ବାହିନୀ ଫ୍ଲାଗମାର୍ଚ୍ଚ ରେ ବିଭିନ୍ନ ଗ୍ରାମକୁ ପରିକ୍ରମା କରିବା ସହ ନିରପେକ୍ଷ ନିର୍ବାଚନ ପାଇଁ ପୋଲିସ ବାହିନୀ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି।
ସୂଚନା ଥାଉକି ଆସନ୍ତା ୧୬ ତାରିଖରେ ଟାଙ୍ଗୀ ବ୍ଲକ ଅଞ୍ଚଳରେ ହେବାକୁ ଥିବା ନିର୍ବାଚନ ପାଇଁ ଟାଙ୍ଗୀ ଥାନା ଅନ୍ତର୍ଗତ ଭୂଷଣ୍ଢ ପୁର ଅଞ୍ଚଳରେ ଆଜି ଫ୍ଲାଗମାର୍ଚ୍ଚ କରାଯାଇଛି।ଉଜ୍ଜଳା ଗୋପୀନାଥ ପୁର,ବାଲିପାଟପୁର,କନ୍ତଳବାଇ ଏବଂ ଭୂଷଣ୍ଢପୁର ଅଞ୍ଚଳର ବିଭିନ୍ନ ସ୍ଥାନରେ ଟାଙ୍ଗୀ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରାଯାଇଛି।ମୁଖ୍ୟତଃ ଟାଙ୍ଗୀ ଥାନା ଅନ୍ତର୍ଗତ ଟାଙ୍ଗୀ ବ୍ଲକ ଅଞ୍ଚଳର ବିଭିନ୍ନ ପଞ୍ଚାୟତ ର ୫୧ ଟି ଉତେଜନା ମୂଳକ ପୁଲିଙ୍ଗ ବୁଥ ରହିଥିବା ବେଳେ ତନ୍ମଧ୍ୟରୁ ୪୪ ଟି ବୁଥ୍ କୁ କଡ଼ା ନଜର ରଖିଛନ୍ତି ପୋଲିସ ବିଭାଗ।ପ୍ରକାଶ ଥାଉକି ଦଙ୍ଗା ସୃଷ୍ଟି କରିବା,ବିଭିନ୍ନ ବୁଥ୍ ପରିସରରେ ରାଜନୈତିକ ହିଂସା ପାଇଁ ଉସୁକାଇବା ,ଭୋଟର ଙ୍କୁ ଧମକ ଚମକ ଦେଇ ପ୍ରଭାବିତ କରିବା,ଏପରିକି ବଜାର ଘାଟ ଅଞ୍ଚଳରେ ମଦ୍ୟପାନ କରି ନିର୍ବାଚନ ହିଂସାକାଣ୍ଡ ସୃଷ୍ଟି କରିବା ପାଇଁ ଯେଉଁମାନଙ୍କ ନାମରେ ଅଭିଯୋଗ ଆସିବ।ତୁରନ୍ତ ସେମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନେବା ସହ ସ୍ୱଚ୍ଛ ନିରପେକ୍ଷ ଏବଂ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପ୍ରସ୍ତୁତ।ଅନୁରୂପ ଭାବେ ଦୁଇଦିନ ମଧ୍ୟରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଟାଙ୍ଗୀ ଥାନା ଅନ୍ତର୍ଗତ ଚିଲିକା ବ୍ଲକ ର କାଳୁପଡ଼ା ଘାଟ, ସୋରଣ,ମାନସିଂ ପୁର, ଆଦି ସ୍ଥାନରେ ମଧ୍ୟ ଫ୍ଲାଗ ମାର୍ଚ୍ଚ ହେବାପାଇଁ ପୋଲିସ ପ୍ରସ୍ତୁତ ରହିଛି।ଟାଙ୍ଗୀ ଥାନାଧିକାରୀ ବିଜୟ ମଲ୍ଲିକ କହିଛନ୍ତି କି ଆମେ ଏବଂ ଆମ ପୋଲିସ ବିଭାଗ ନିରପେକ୍ଷ ନିର୍ବାଚନ ପରିଚାଳନା ପାଇଁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ।