ଟାଙ୍ଗୀ:-୦୧/୧୨(ବିନୁ ଦାସ୍):-ସ୍ଥାନୀୟ ଟାଙ୍ଗୀ ଠାରେ ଥିବା ଦୁର୍ଗା ଚରଣ ଚିଲିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଯୁବ ରେଡ୍ କ୍ରସ୍ ସମିତି ତରଫରୁ ବିଦ୍ୟାଳୟର ଅଧକ୍ଷ ଶ୍ରୀଯୁକ୍ତ ସୀତାଂଶୁ ଭୂଷଣ ନନ୍ଦଙ୍କ ଅଧ୍ୟକ୍ଷତାରେ ଏଡ୍ସ ସଚେତନତା ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ “ଅସମତାର ଅନ୍ତ, ଏଡ୍ସର ଅନ୍ତ, ମହାମାରୀର ଅନ୍ତ”।
ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ସହିତ ଅଧ୍ୟାପକ ଶ୍ରୀ ଭବାନୀ ଶଙ୍କର ମିଶ୍ର, ଡଃ ରଶ୍ମିରଞ୍ଜନ ନାଥ, ଅଧ୍ୟାପକ ସେକ୍ ସମଦ୍ କଳାପାହାଡ଼ ଏବଂ ଅଧ୍ୟାପକ ଜିତୁ ସାମନ୍ତରାୟ ଯୋଗଦେଇ ଏଡ୍ସ ରୋଗର ଭୟାବହତା ଉପରେ ଆଲୋକପାତ କରିଥିଲେ।ଏହି ଆଲୋଚନାରେ ଛାତ୍ରଛାତ୍ରୀ ମାନେ କେତେ ସଚେତନ ହେଲେ ସେଥିନିମନ୍ତେ ଏକ ବୁଦ୍ଧି ପରୀକ୍ଷା ମଧ୍ୟ କରାଯାଇଥିଲା।
ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଯୁବ ରେଡକ୍ରସ ସଂଯୋଜକ ଶ୍ରୀ ରଞ୍ଜନ କୁମାର ମହପାତ୍ର ସଂଯୋଜନା କରିଥିଲେ।କାର୍ଯ୍ୟକ୍ରମ ଶେଷରେ ରାଜନୀତି ବିଜ୍ଞାନର ଅଧ୍ୟାପକ ଜିତୁ ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ।ଏଭଳି ସୁନ୍ଦର ଏବଂ ସଚେତନତା କାର୍ଯ୍ୟକ୍ରମ କୁ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ଭୁରିଭୁରି ପ୍ରଶଂସା କରିଥିଲେ।