ଗୁଣପୁର କୋର୍ଟ ପରିସର ଠାରେ ଧାରା ୩୯ କ ଫଳକ ଉନ୍ମୋଚିତ ।

ରାୟଗଡ଼ା ଜିଲ୍ଲା ଗୁଣୁପୁର ସିଭିଲ କୋର୍ଟ ପରିସର ରେ ଭାରତୀୟ ସମ୍ବିଧାନ ର ଧାରା – ୩୯ – କ ଫଳକ ଶୁକ୍ରବାର ଦିନ ଉନ୍ମୋଚନ ହୋଇଯାଇଛି । ଓଡିଶା ହାଇକୋର୍ଟ ର ମୁଖ୍ୟ ବିଚାରପତି ଜଷ୍ଟିସ ଏସ୍ ମୁରଲୀଧରନ୍ ଭିଡ଼ିଓ କନଫେରେନ୍ସି ଜରିଆରେ ଏହାର ଶୁଭ ଉଦ୍ଘାଟନ କରିଥିଲେ । ଭାରତ ସମ୍ବିଧାନର ଧାରା ୩୯(କ)ରେ ଉଲ୍ଲେଖ ଥିବା ବିଷୟକୁ ସର୍ବ ସାଧାରଣ ଙ୍କ ଅବଗତି ନିମନ୍ତେ ସୂଚାଇବା ଉଦ୍ଦେଶ୍ୟ ନେଇ “ଭାରତୀୟ ସମ୍ବିଧାନର ଧାରା ୩୯-କ” ଫଳକ କୁ ଉଦ୍ଘାଟନ କରାଯାଇଛି । ଏହି ଧାରାରେ ସମାନ ନ୍ୟାୟ ଓ ମାଗଣା ବିଧିକ ସହାୟତା ଯୋଗାଇଦେବା ନେଇ ଆଇନ ରହିଥିବା ସୁଚାଉଛି ।

ଉନ୍ମୋଚିତ ଫଳକ ମାଧ୍ୟମରେ ତାଲୁକ ଆଇନ ସହାୟତା କମିଟି ,ଗୁଣପୁର ଙ୍କ ପକ୍ଷରୁ ଏହାବି ସୂଚାଇ ଦିଆଯାଇଛି କି,ରାଜ୍ୟ ଏହା ସୁନିଶ୍ଚିତ କରିବ ଯେ ଵିଧି ବ୍ୟବସ୍ଥା ଏପରି କାର୍ଯ୍ୟକାରୀ ହେବ ଯେପରିକି ନ୍ୟାୟ ସମାନ ସୁଯୋଗ ର ଭିତ୍ତି ରେ ସୁଲଭ ହେବ ଏବଂ ବିଶେଷ କରି କୌଣସି ନାଗରିକ ଆର୍ଥିକ ବା ଅନ୍ୟ ସାମର୍ଥ୍ୟ ହେତୁ ନ୍ୟାୟ ପାଇବା ର ସୁଯୋଗ ରୁ ଯେପରି ବଞ୍ଚିତ ନୁହଁନ୍ତି ତାହା ସୁନିଶ୍ଚିତ କରାଇବା ନିମିତ୍ତ ଉପଯୁକ୍ତ ବିଧାନ ବା ପରିକଳ୍ପନା ଦ୍ୱାରା ବା ଅନ୍ୟ ଭାବ ରେ ମାଗଣା ବିଧିକ୍ ସହାୟତା ର ବ୍ୟବସ୍ଥା କରିବ । ଏହି କାର୍ଯ୍ୟକ୍ରମ ରେ ଗୁଣପୁର ର ଏଡ଼ିଜେ ଶ୍ରୀ ମାନସ ରଞ୍ଜନ ରଥ , ସବ୍ ଜର୍ଜ ସଂଗୀତ ମଲ୍ଲିକ , ଜେ ଏମ୍ ଏଫ୍ ସି ବର୍ଷା ମହାନ୍ତି , ଗୁଣୁପୁର ଆଇନଜୀବି ସଂଘ ର ସଭାପତି ବ୍ରହ୍ମାନନ୍ଦ ପଟ୍ଟନାୟକ , ସମ୍ପାଦକ ଶ୍ରୀ ଇନ୍ଦ୍ରାକ୍ଷି ପ୍ରସାଦ ଦାଶ , ଆଇନଜୀବି ଗୌରୀ ଶଙ୍କର ଦାଶ , ଉମା ଚରଣ ପଟ୍ଟନାୟକ , ଦେବୀ ଆଚାର୍ଯ୍ୟ , ରମେଶ ଲିମା ଏବଂ ଅନ୍ୟ ସମସ୍ତ ଆଇନଜୀବି ବୃନ୍ଦ ଉପସ୍ଥିତ ରହିଥିଲେ ।