ଘରୁ ଟାଣି ଆଣି ଫାଶିରେ ଝୁଲାଇ ଘରକୁ ବମ୍‌ରେ ଉଡାଇ ଦେଲେ ନକ୍ସଲ

ପାଟନା : ପୁଣି ବର୍ବର କାଣ୍ଡ ଘଟାଇଛନ୍ତି ନକ୍ସଲ। ବିହାର ଗୟାରୁ ୭୦ କିଲୋମିଟର ଦୂରରେ ଥିବା ଡୁମରିଆ ବ୍ଲକର ମାଉନୱାର ଗାଁରେ ଘର ଭିତରୁ ଟାଣି ଆଣି ୪ ଜଣଙ୍କୁ ଫାଶିରେ ଝୁଲାଇ ଦେଇଛନ୍ତି ନକ୍ସଲ। ଏଥିସହ ଡିନାମାଇଟ ଲଗାଇ ସେମାନଙ୍କ ଘର ମଧ୍ୟ ଉଡାଇ ଦେଇଛନ୍ତି। ପ୍ରତିଶୋଧ ପରାୟଣ ହୋଇ ନକ୍ସଲମାନେ ଏହି କାଣ୍ଡ ଘଟାଇଥିବା କୁହାଯାଉଛି। ମାଓବାଦୀମାନେ ଦୁଇ ମହିଳାଙ୍କ ସମେତ ଚାରି ଜଣଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି । ଚାରିଜଣଙ୍କୁ ଘର ବାହାରେ ଥିବା ଏକ ଭାରାରେ ଦଉଡ଼ି ବାନ୍ଧି ଫାଶୀରେ ଝୁଲାଇ ଦେଇଛନ୍ତି ନକ୍ସଲ । ହତ୍ୟା କରାଯାଇଥିବା ୪ ଜଣ ହେଉଛନ୍ତି ଦୁଇ ଦମ୍ପତ୍ତି । ଏହାପରେ ସେମାନେ ଗ୍ରାମରେ ଭୟ ବିସ୍ତାର କରିବା ପାଇଁ ଘରଟିକୁ ବୋମା ବିସ୍ପୋରଣ କରି ଦେଇଥିଲେ ଏବଂ ବାଇକ୍‌ରେ ନିଆଁ ଲଗାଇ ଦେଇଥିଲେ ।