ବାଲ୍ୟ ବିବାହ ମୁକ୍ତ ହେବ ଢେଙ୍କାନାଳ

ଢେଙ୍କାନାଳ,(୧୧/୦୮/୨୦୨୧): ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ଗୃହ ରେ ବାଲ୍ୟବିବାହ କୁ ରୋକିବା ଓ କିଶୋର କିଶୋରୀ ମାନଙ୍କର ଦକ୍ଷତା ବୃଦ୍ଧି ନିମନ୍ତେ ଟାକ୍ସ ଫୋର୍ସ ର ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ ଭୂମେଷ ଚନ୍ଦ୍ର ବେହେରା ଙ୍କ ଅଧ୍ୟକ୍ଷତାରେ ସମ୍ପାଦକ ଜିଲ୍ଲା ଆଇନ ପ୍ରାଧୁକରଣ , ଅତିରିକ୍ତ ଜିଲ୍ଲାପାଳ , ପ୍ରକଳ୍ପ ନିର୍ଦ୍ଦେଶକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପରିଷଦ , ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧୁକାରୀ ରାଜ୍ୟ ସଂଯୋଜକ ଅକ୍ସସ ଏଡ୍ , ଜିଲ୍ଲା ସାମାଜ ମଙ୍ଗଳ ଅଧୁକାରୀ , ଜିଲ୍ଲା ଶିଶୁ ସୁରକ୍ଷା ଅଧୁକାରୀ , ଜିଲ୍ଲା ଶିଶୁ କଲ୍ୟାଣ କମିଟିର ସଦସ୍ୟ , ଶିକ୍ଷା ବିଭାଗ ସୂତ୍ସ୍ୟ ବିଭାଗ , ବାଲ୍ୟ ବିବାହ , ନିଷେଧ ଅଧୁକାରୀ , ଚାଇଲ୍ଡ ଲାଇନ ଓ ସାମାଜ ସେବା ଅନୁଷ୍ଠାନ ମାନେ ଯୋଗଦାନ କରିଥିଲେ । ପ୍ରଥମେ ଶ୍ରୀମତୀ ଜୋସ୍ନା ରାୟ , ଜିଲ୍ଲା ସାମାଜ ମଙ୍ଗଳ ଅଧୁକାରୀ ଏହି ବୈଠକରେ ଉଦ୍ଦେଶ୍ୟ ଓ ଆବଶ୍ୟକତା ବିଷୟରେ ସମସ୍ତଙ୍କୁ ଅବଦାନ କରାଇଥିଲେ । ଏହାପରେ ଶ୍ରୀମତି ଅଙ୍ଗୁର ମିଶ୍ର ଜିଲ୍ଲା ସଂଯୋଜକ ଅକ୍ସସ ଏଡ୍ ଓ ୟୁନିସେବ ବାଲ୍ୟ ବିବାହକୁ ରୋକିବା ଲାଗି ଛଅ ମାସ ମଧ୍ୟରେ ଜିଲ୍ଲାରେ ହେଉଥିବା କାର୍ଯ୍ୟକ୍ରମ ଓ ଆଗକୁ କରାଯିବା ସମ୍ପର୍କରେ ଆଲୋଚନା କରିଥିଲେ । ଏହା ପରେ ଉପସ୍ଥିତ ଥିବା ସମସ୍ତ ସଦସ୍ୟ ମାନେ ନିଜର ମତାମତ ଓ ପରାମର୍ଶ ରଖୁଥିଲେ । ସଦସ୍ୟ ମାନଙ୍କର ପରାମର୍ଶ ପ୍ରଶ୍ନ ର ଉପରେ ଶ୍ରୀ ଘାସିରାମ ପଣ୍ଡା , ରାଜ୍ୟ ସଂଯୋଜକ ଅକ୍ସସ ଏଡ୍ ତାଙ୍କର ଉତ୍ତର ଓ ମତାମତ ପ୍ରଦାନ କରିଥିଲେ । ଯେ , ପରି କି ଜିଲ୍ଲାରେ ବାଲ୍ୟ ବିବାହ ମୁକ୍ତ ଗ୍ରାମ ଘୋଷାଣ କରାଇବା କିଶୋରୀ କିଶୋର୍ ମାନଙ୍କୁ ରୋଜଗାର କ୍ଷମ କରାଇବା ଲାଗି ସେମାନଙ୍କର ଦକ୍ଷତା ବୃଦ୍ଧି କରାଇ ଇତ୍ୟାଦି । ଶେଷରେ ଜିଲ୍ଲାପାଳ ମହୋଦୟ ଶ୍ରୀ ଭୁମେଶ ଚନ୍ଦ୍ର ବେହେରା ନିଜର ମତାମତ କହିଥିଲେ ଯେ , ବାଲ୍ୟ ବିବାହ କୁ ନେଇ କରାଯାଉଥିବା କାର୍ଯ୍ୟକ୍ରମ କଳ୍ପନା ଅଭିଯାନ ପ୍ରତି ସ୍ତରରେ ଓ ବାରମ୍ବାର କରାଯିବାର ଆବଶ୍ୟକତା ଅଛି । ବାଲ୍ୟ ବିବାହ ର ମୁକୁ ଘୋଷଣା କରାଯିବା ଦରକାର , ଏହି ବର୍ଷ ପାଇଁ ଜିଲ୍ଲା ସ୍ତରରେ ଏକ ମିଳିତ କାର୍ଯ୍ୟ ଖସଡା ପ୍ରସ୍ତୁତ କରାଯାଇ ଏହାର ସଫଳ ରୂପାୟନ କରାଯିବ ଇତ୍ୟାଦି । ସର୍ବ ଶେଷରେ ଶ୍ରୀମତୀ ଅନୁରାଧା ଗୋସ୍ଵାମୀ ଜିଲ୍ଲା ସୁରକ୍ଷା ଅଧୁକାରୀ ସମସ୍ତ ସଦସ୍ୟ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।