ଢେଙ୍କାନାଳ ଜିଲ୍ଲାର କୋଭିଡ ସ୍ଥିତି ସମୀକ୍ଷା

ଆଜି ଜିଲ୍ଲା କାର୍ଯ୍ୟ।ଳୟସ୍ଥ ଓସନ ହଲଠାରେ ଜିଲ୍ଲାପାଳ ଶ୍ରୀ ଭୁମେଶ ଚନ୍ଦ୍ର ବେହେରା ଜିଲ୍ଲାର କୋଭିକ ସ୍ଥିତି ସମୀକ୍ଷା କରିଛନ୍ତି । କରୋନା ସଂକ୍ରମଣ ସଂଖ୍ୟା ଶୂନ ନ ହେବା ପର୍ଯ୍ୟନ୍ତ ସାପ୍ତାହିକ ହାଟ , ଜନଗହଳି ପୂର୍ଣ୍ଣ ସ୍ଥାନ ଆଦିରେ ସର୍ବ ସାଧାରଣ , ବ୍ୟବସାୟୀ , ଦୋକାନୀ , ଗ୍ରାହକମାନଙ୍କ ଦ୍ବାରା କୋଭିଡ ପ୍ରୋଟୋକଲ ନିୟମ , ମାସ୍ତ୍ର ପରିଧାନ , ସାମାଜିକ ଦୁରତା ଅନୁପାଳନକୁ କଡାକଡି ଭାବେ ଯାଞ୍ଚ କରିବାକୁ ଏବଂ ଏହାର ଉଲଂଘନ ହେଲେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମସ୍ତ ଉପଜିଲ୍ଲାପାଳ , ବିଡ଼ିଓ , ତହସିଲଦାର , ନିର୍ବାହୀ ଅଧୁରୀ ଓ ସମ୍ପୃକ୍ତ ଅଧୁକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ନିୟମିତ ଭାବେ ଆଣ୍ଟିଜେନ ଏବଂ ଆରଟି ପିସିଆର ଟେଷ୍ଟ ହେଲେ ସଂକ୍ରମିତମାନେ ଚିହ୍ନଟ ହେବା ସହିତ ସଂକ୍ରମଣକୁ ରୋକା ଯାଇ ହ୍ରାସ କରାଯାଇପାରିବ ବୋଲି ସେ ପ୍ରକାଶ କରିଛନ୍ତି । ଏଣୁ ଆଶା , ଅଙ୍ଗନବାଡି କର୍ମୀ , ସ୍ଵାସ୍ଥ୍ୟ କର୍ମୀମାନେ ଘରକୁ ଘର ବୁଲି କୋଭିଡ ଲକ୍ଷଣ ଯୁକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରି ସେମାନଙ୍କର ଟେଷ୍ଟିଙ୍ଗ କରାଇବା ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ଗୁରୁତ୍ବାରୋପ କରିଛନ୍ତି ।

କରୋନା ପଜିଟିଭ ଚିହ୍ନଟ ହେଲେ ସେମାନଙ୍କୁ ହୋମ ଆଇସୋଲସନରେ ରଖୁବାକୁ ପରାମର୍ଶ ଦେବା ସହ ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟ ଅବସ୍ଥା ନିୟମିତ ଭାବେ ଯାଞ୍ଚ କରିବାକୁ କହିଛନ୍ତି । ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ଖରାପ ଆଡକୁ ଗତି କଲେ ତୁରନ୍ତ ସେମାନଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରଣ କରି ଆବଶ୍ୟକ ଚିକିତ୍ସା ଯୋଗାଇ ଦେବାକୁ ଚିକିସ । ଅଧୁକାରୀଙ୍କୁ କହିଛନ୍ତି । ସଂକ୍ରମଣ ହାର କମିଲେ ଆଗାମୀ ଦିନରେ ଆସିବାକୁ ଥିବା କରୋନାର ତୃତୀୟ ଲହରକୁ ସହଜରେ ମୁକାବିଲା କରାଯାଇପାରିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି । ସେଥିପାଇଁ ଯାଞ୍ଚ ପ୍ରକ୍ରିୟାକୁ ନିୟମିତ ଜାରି ରଖୁବାକୁ ଜିଲ୍ଲାପାଳ ବିଡିଓ , ତହସିଲଦାର , ନିର୍ବାହୀ ଅଧୁକରୀମାନଙ୍କୁ କହିଛନ୍ତି । ଟୀକାକରଣ ସମୟରେ ସାମାଜିକ ଦୂରତା ରକ୍ଷା , ମାସ୍ତ୍ର ପରିଧାନ ପ୍ରତି ଗୁରୁତ୍ବ ଦେବାକୁ ସେ ପରାମର୍ଶ ଦେଇଛନ୍ତି ।

ନଭେମ୍ବର ମାସ ପର୍ଯ୍ୟନ୍ତ ହେବାକୁ ଥିବା ସମସ୍ତ ପର୍ବପର୍ବାଣୀରେ ଦେବାଦେବୀ ମୂର୍ଭ ୪ ଫୁଟ ଉଚ୍ଚତା ବିଶିଷ୍ଟ ହେବ , ପୂଜା ମଣ୍ଡପରେ ସର୍ବସାଧାରଣଙ୍କ ମୂର୍ତ୍ତି ଦର୍ଶନକୁ ବାରଣ କରାଯାଇଛି । ପର୍ବପର୍ବାଣୀ ସମୟରେ କୌଣସି ପ୍ରକାର ଶୋଭାଯାତ୍ରା , ଭୋଜିଭାତ , ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇପାରିବ ନାହିଁ । ପୂର୍ବ ନିଷ୍ପତ୍ତି ଅନୁଯାଇ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଚଳିତ ମାସ ୧୨ ତାରିଖ ଠାରୁ ଖୋଲିବ , କିନ୍ତୁ କେବଳ ପ୍ରଭୁ ଶ୍ରୀ ଶ୍ରୀ ଚନ୍ଦ୍ର ଶେଖର ଜୀଉଙ୍କ କପିଳାସ ପୀଠ ଆସନ୍ତା ୧୭ ତାରିଖରୁ ଖୋଲିବ ବୋଲି ପୁନଃ ନିଷ୍ପତ୍ତି ହୋଇଛି । ଏହି ଭିସି ସମୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶଶାଙ୍କ ଶେଖର ଦାଶ , ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସାଫଲ୍ୟ ମଣ୍ଡିତ ପ୍ରଧାନ , ଭାରପ୍ରାପ୍ତ ସଦର ଉପଜିଲ୍ଲାପାଳ ଶ୍ରୀ ରବି ନାରାୟଣ ତ୍ରିପାଠୀ , ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧୁକାରୀ ଡା , ଜ୍ୟୋତିଷ ଚନ୍ଦ୍ର ମହାପାତ୍ର , ପୌର ନିର୍ବାହୀ ଅଧୁକାରୀ ଶ୍ରୀ ଅତନୁ କୁମାର ସାମନ୍ତ ପ୍ରମୁଖ ଉପସ୍ଥିତ ଥିଲେ ।