ଢେଙ୍କାନାଳ,୦୩/୦୮: ଢେଙ୍କାନାଳ ଜିଲ୍ଲା ସଦର ମହକୁମାରେ ୭୫ତମ ସ୍ବାଧୀନତା ଦିବସ ପାଳନ ନିମନ୍ତେ ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭାବନ ସଭାଗୃହରେ ଜିଲ୍ଲାପାଳ ଶ୍ରୀ ଭୁମେଶ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଅଛି । ରାଜ୍ୟ ସରକାରଙ୍କ ଗାଇଡଲାଇନ ଏବଂ ଜିଲ୍ଲାରେ କରୋନା ସଂକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖ୍ ସ୍ଵାଧୀନତା ଦିବସକୁ ନିରାଡମ୍ବର ଭାବେ ପାଳନ କରାଯିବ ବୋଲି ନିଷ୍ଣରି ହୋଇଅଛି । ଏହି ଜାତୀୟ ଦିବସ ପାଳନ ଅବସରରେ ସକାଳ ଘ . ୦୯ ୧୫ ମି . ସମୟରେ ଦିବସର ମୁଖ୍ୟଅତିସ୍ ଢେଙ୍କାନାଳ ଷ୍ଟାଡିୟମ ଠାରେ ଜାତୀୟ ପତାକା ଉତ୍ତୋଳନକରି ଅଭିଭାଷଣ ପ୍ରଦାନ କରିବେ । ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ କେବଳ ଓଏସଏପି ପ୍ରଥମ ବାଟାଲିଅନ ଓ ପୋଲିସ ବାହିନୀ ଏବଂ ପୋଲିସ ବ୍ୟାଣ୍ଡ ଦଳ ଅଂଶ ଗ୍ରହଣ କରି ଜାତୀୟ ପତାକାକୁ ସମ୍ମାନ ପ୍ରଦାନ କରିବେ । କୋଭିଡ ଯୋଦ୍ଧାମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ମାନିତ କରାଯିବ । ସକାଳୁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସହର ମଧ୍ୟରେ ଡାକବାଜି ଯନ୍ତ୍ର ଦ୍ୱାରା ରାମଧୁନ ଗାନ କରାଯିବ । ସହରସ୍ଥିତ ବିଭିନ୍ନ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବ । ଏହି ଅବସରରେ ବନଖଣ୍ଡ ବିଭାଗ ପକ୍ଷରୁ ସହର ମଧ୍ୟରେ ବୃକ୍ଷ ରୋପଣ କରାଯିବ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରୋଗୀମାନଙ୍କୁ ଫଳ ବଣ୍ଟନ , ଜେଲ କଏଦୀମାନଙ୍କୁ ମିଷ୍ଟାନ ବଣ୍ଟନ କରାଯିବ । ବିଭିନ୍ନ ଶିଶୁଗୃହ , ଜରାଶ୍ରମ , ଆଲୋକ ବର ବିଦ୍ୟାଳୟ ଆଦିରେ ସମୃକ୍ତ ଅନୁଷ୍ଠାନ ପକ୍ଷରୁ ଅନ୍ତେବାସୀମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯିବ । ସ୍ଵାଧୀନତା ଦିବସ ପାଳନ ଉପଲକ୍ଷେ ଜିଲ୍ଲା ଶିକ୍ଷା ଅଧୁକାରୀଙ୍କ ଦ୍ବାରା ଜିଲ୍ଲା ସ୍ତରୀୟ ବସ୍ତୁତା , ପ୍ରବନ୍ଧ ଏବଂ ଦେଶାତ୍ମବୋଧ ସଙ୍ଗୀତ ପ୍ରତିଯୋଗୀତା ଅନୁଷ୍ଠିତ ହେବ ଏବଂ କୃତୀ ପ୍ରତିଯୋଗୀମାନଙ୍କୁ ଉତ୍ସବରେ ପୁରସ୍କୃତ କରାଯିବ । କରୋନା ସଂକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖ୍ ଯେପରି ଉତ୍ସବ ସ୍ଥଳରେ ଅଧ୍ୟ ଜନ ସମାବେଶ ନ ହୁଅନ୍ତି , ସେପ୍ରତି ଦୃଷ୍ଟି ରଖ୍ ଜନସାଧାରଣ ଓ ଛାତ୍ରଛାତ୍ରୀମାନେ ଏହି ଉତ୍ସବକୁ ନ ଆସିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି । ଏହି ଉତ୍ସବ ପାଳନ ସମୟରେ ସମସ୍ତ ନିମନ୍ତ୍ରିତ ଅତିଥୀ , ସମ୍ପୁଇ ସରକାରୀ କର୍ମଚାରୀ , ପୋଲିସ ବାହିନୀ ମା ପିନ୍ଧିବା ସହିତ ସାମାଜିକ ଦୂରତା ବଜାୟ ରଖ୍ ସମସ୍ତ କୋଭିତ ନିୟମାବଳୀ ଅନୁପାଳନ କରିବାକୁ ନିଷରି ହୋଇଛି । ପବିତ୍ର ସ୍ଵାଧୀନତା ଦିବସ ଉପଲକ୍ଷେ ସମସ୍ତ ସରକାରୀ , ବେସରକାରୀ କାର୍ଯ୍ୟାଳୟ , ଶିଳ୍ପାନୁଷ୍ଠାନ , ବାଣିଜ୍ୟ ପ୍ରତିଷ୍ଠାନରେ ଆଲୋକ ସଜ୍ଜାର ବ୍ୟବସ୍ଥା କରିବାକୁ ସମ୍ପୃକ୍ତ ଅନୁଷ୍ଠାନର ମୁଖ୍ୟଙ୍କୁ ଅନୁରୋଧ କରାଯାଇଛି । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶଶାଙ୍କ ଶେଖର ଦାଶ , ଭାରପ୍ରାପ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ରବି ନାରାୟଣ ତ୍ରିପାଠୀ , ଉପଜିଲ୍ଲାପାଳ ଶ୍ରୀ ସାଫଲ୍ୟ ମଣ୍ଡିତ ପ୍ରଧାନ , ଡିଏସପି , ଡିଆଇବି ଶ୍ରୀ ଅରୁଣ କୁମାର ସାହୁଙ୍କ ସମେତ ଶିକ୍ଷା , ସ୍ବାସ୍ଥ୍ୟ , ପୋଲିସ , ବନ , ପୂର୍ଭ ଆଦି ବିଭିନ୍ନ ବିଭାଗର ଅଧୁକାରୀମାନେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।