କେନ୍ଦ୍ରପଡା: ଗ୍ୟାଙ୍ଗ୍ଷ୍ଟର ସେକ୍ ହାଇଦରର ଶୁଦ୍ଧିକ୍ରିୟାରେ ଯୋଗ ଦେବାକୁ ୪୦ ଦିନିଆ ଅନ୍ତରୀଣ ଜାମିନ ପାଇଁ ଆବେଦନ କରିଥିଲା ବଡ଼ ପୁଅ ସେକ ମୁନା । ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ଦୌରାଜଜ୍ ସେକ କାଦିର ଓରଫ ମୁନ୍ନାର ଜାମିନ ଆବେଦନ ଖାରଜ କରିଛନ୍ତି। ଆବେଦନ ଖାରଜ ହୋଇଥିବା ନେଇ ସୂଚନା ଦେଇଛନ୍ତି ଆବେଦନାକାରୀ ଓକିଲ ରବିନାରାୟଣ ମହାନ୍ତି । ତେବେ ହାଇଦରର ୩ ପୁଅଙ୍କ ମଧ୍ୟରୁ ବଡ଼ପୁଅ ସେକ୍ ମୁନ୍ନା ୧୨ ବର୍ଷ ହେବ ଜେଲରେ ଅଛି। ତା’ ନାଁରେ ୧୮ଟି ମାମଲା ବିଚାରାଧୀନ ରହିଛି। ମଝିଆ ପୁଅ ସେକ୍ ଚୁନେଇ ଓ ସାନ ପୁଅ ସେକ୍ ଅଜୁ ଏବେବି ଫେରାର ଅଛନ୍ତି। ମୁନା ଜେଲ୍ରୁ ସାମୟିକ ଭାବେ ଜାମିନ୍ରେ ମୁକୁଳିଲେ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବାର, ଏପରିକି ତା’ ଜୀବନ ପ୍ରତି ବିପଦର ଆଶଙ୍କା ଅଛି ବୋଲି କୋର୍ଟରେ ଦର୍ଶାଯାଇଥିଲା ।