ଟାଙ୍ଗୀ ପୋଲିସର ଅମାନିଆଁ ଦୋକାନୀଙ୍କୁ ଚଢ଼ାଉ ,ଝୀଂଟିକା ଫସିଲେ ବଣି ଖସିଗଲେ

ଟାଙ୍ଗୀ:-୩୦/୦୬(ବିନୁ ଦାସ୍):-ବିଗତ ଦୁଇଦିନ ତଳେ ଆମେ ଏକ ଶୀର୍ଷକ ଖବର “ଖୋର୍ଦ୍ଧା ଜିଲ୍ଲାରେ କାଗଜକଲମରେ କୋଭିଡ କଟକଣା ବଢ଼ିପାରେ ସଂକ୍ରମଣ” ଶୀର୍ଷକ ଖବର ପ୍ରକାଶ କରିବା ସହ କେଉଁଭଳି ଭାବରେ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକ ସରକାରୀ ନିୟମକୁ ଫୁ କରି ଦୋକାନ ଖୋଲିବା ଏବଂ ବିନା କୌଣସି ଗାଇଡ଼ଲାଇନ ରେ ଶେକ ଦୋକାନ ଖୋଲିବା ସହ ବାହାର ରୋଗୀ ଏବଂ ବାହାର ଲୋକଙ୍କ ବିନା କୋଭିଡ ଟେଷ୍ଟ ରିପୋର୍ଟରେ କାଳୁପଡ଼ା ଶେକ ଦୋକାନକୁ ଆସିବା ଏପରିକି କିଛି ଶେକ ଦୋକାନୀ ସରକାରୀ ନିୟମ ନମାନି ଅର୍ଥଲୋଭ ରେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଦୋକାନ ଖୋଲି ବ୍ୟବସାୟ କରିବା ଭଳି ତଥ୍ୟ ସ୍ଥାନ ଦେଇଥିଲୁ।

ଏପରିକି କେଉଁଭଳି ଭାବରେ ଶେକ ଦୋକାନୀଙ୍କୁ କେଉଁ ପ୍ରଶାସନ ଅନୁମତି ଦେଇଛନ୍ତି ଏବଂ କେତେ ନମ୍ବର ଆଦେଶ ମୁତାବକ ସରକାର କୋଭିଡ ସଂକ୍ରମଣ ବୃଦ୍ଧି କରିବା ଉଦ୍ୟେଶ୍ୟ ରେ ଶେକ ଦୋକାନୀଙ୍କୁ ଅନୁମତି ଦେବା କିମ୍ବା ଶେକ ଦୋକାନୀଙ୍କ ଲାଇସେନ୍ସ ଅଛି କି ନା ତଦାରଖ ନକରି ଖୋଲିବାକୁ ସୁଯୋଗ ଦେଇ ମହାମାରୀ କରୋନା କୁ ସଂକ୍ରମଣ ବୃଦ୍ଧି ସହ ଅନ୍ୟ କିଛି ଅମାନିଆଁ ଦୋକାନୀ ରାତ୍ରି ୧୦ ଘଟିକା ପର୍ଯ୍ୟନ୍ତ ବ୍ୟବସାୟ କରିବା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା।ଖବର ପରେ ଟାଙ୍ଗୀ ଥାନା ପକ୍ଷରୁ ଆଜି ସନ୍ଧ୍ୟା ସମୟରେ ଚିଲିକା ତହସିଲଦାରଙ୍କର ଏକ ଟିମ୍ ଏବଂ ଟାଙ୍ଗୀ ପୋଲିସ ଚଢ଼ାଉ କରିଛନ୍ତି ଯାହା ଫଳରେ କିଛି ଛୋଟ ଚା ଦୋକାନ, ମାଂସ ଦୋକାନ ଆଉ କିଛି ଦୋକାନୀଙ୍କୁ ଧରି ଜୋରିମାନା ଆଦାୟ ସହ ଦୋକାନୀ ମାନଙ୍କ ଫୋଟୋ ଉଠାଇ ଚାଲାଣ କାଟୁଥିବା ବେଳେ ବଡ଼ ବଡ଼ ଦୋକାନୀ ଖସି ଦୋକାନ ବନ୍ଦ କରି ଲୁଚି ଥିଲେ।

ଏପରିକି ଚିଲିକା ତହସିଲଦାର ଏବଂ ଟାଙ୍ଗୀ ଥାନାଧିକାରୀ ଜାଣିଥିବା ଏବଂ ଅଭିଯୋଗ ହୋଇଥିବା ଶେକ ଦୋକାନୀଙ୍କ ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ନେଇପାରିଲାନି ଟାଙ୍ଗୀ ପୋଲିସ କିମ୍ୱା ତହସିଲଦାର ଙ୍କର ପକ୍ଷରୁ ଗଠିତ ଫ୍ଲାଇଙ୍ଗ ସ୍କ୍ୱାର୍ଡ । ତୁରନ୍ତ ଏ ଦିଗରେ ପଦକ୍ଷେପ ନେବା ସହ ଅଭିଯୋଗ ହୋଇଥିବା ଶେକ ଦୋକାନୀଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ସହ କୋଭିଡ ଆକ୍ଟ ଅନୁଯାୟୀ ନିୟମ ଭାଙ୍ଗୁଥିବା ଶେକ ଦୋକାନୀଙ୍କ ଦୋକାନ ସିଲ୍ କରିବାକୁ ଦାବି କରିଛନ୍ତି ଅଞ୍ଚଳବାସୀ । ନଚେତ ସରକାର ଝୀଂଟିକା ମାରି ବଣି ପୋଷିବା ଅପେକ୍ଷା ନିରପେକ୍ଷ ହୋଇ ଅମାନିଆଁ ଦୋକାନୀଙ୍କ ପ୍ରତି ଆଖିଦୃଶିଆ ପଦକ୍ଷେପ ନେବାକୁ ଦାବି କରିଛନ୍ତି ସ୍ଥାନୀୟ ଜନସାଧାରଣ । ଏଦିଗରେ ଜନପ୍ରିୟ ଟାଙ୍ଗୀ ଥାନାଧିକାରୀ ତୁରନ୍ତ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି କିଛି ବୁଦ୍ଧିଯିବି ।