ଚିଲିକା,୧୩/୦୬(ବିନୁ ଦାସ୍):ଖୋର୍ଦ୍ଧା ଜିଲ୍ଲାର ଚିଲିକା ବ୍ଲକ ବାଲୁଗାଁ ଗଙ୍ଗା ନଗରରେ ରହୁଥିବା ମନୋଜ କୁମାର ପରିମାଣିକ ପେସାଦlର ବାଦ୍ୟ କଳାକାର, ଦିନ ଥିଲା ତାଙ୍କ କଳlମାଧ୍ୟମରେ ଦର୍ଶକ ଝୁମୁଥିଲେ, କିନ୍ତୁ, ଆଜି ଆଉ ତାଙ୍କ କଳା ଦେଖିବାକୁ ମିଳୁନି, ସେ ଆଜି କ୍ୟାନ୍ସର ରୋଗରେ ପୀଡିତ l ସେ ଆଜି ସେ ନିରୁପାୟ ଯାହା ଅର୍ଥ ଠାରୁ ଆରମ୍ଭ କରି ଜାଗା, ତିନୋଟି ବାଦ୍ୟଯନ୍ତ୍ର ବିକ୍ରି ସହିତ ନିଜ ପତ୍ନୀର ଯାହା ଅଳଙ୍କାର ଥିଲା ସେସବୁକୁ ବିକ୍ରି କରି ମେଡିକାଲ ରେ ଖର୍ଚ୍ଚ କରିଛନ୍ତି, ଶେଷରେ ଯେଉଁ ଘରେ ରହୁଛନ୍ତି ତାହାର ଭଡା ବାବଦକୁ ଟଙ୍କା ଦେଇପାରୁନାହାନ୍ତି, ତାଙ୍କ ବାପା ବି ଡାଇବେଟିସ ଓ ପାରାଲେସିସ ରୋଗରେ ପୀଡିତ ହେତୁ ଚାଲିପାରୁନାହାନ୍ତି, ଅଭାବ ରହି ବଡ ଅସୁବିଧାରେ ଚାଲିଛି ପରିବାର ଆଜି ଏହି ଅସୁବିଧା କୁ ଦେଖି ମା ଭଗବତୀ ଫାଉଣ୍ଡେସନ ଗ୍ରୁପ ର ସ୍ବେଚ୍ଛାସେବୀ ଆଲବମ୍ କୁଇନ ପାଏଲ ପ୍ରିୟଦର୍ଶୀନି ସାହାଯ୍ୟର ହାତ ବଢାଇବା ସହିତ କିଛି ଟଙ୍କା, ଖାଇବା ସାମଗ୍ରୀ ଓ ମେଡ଼ିସିନ ଦେଇଛନ୍ତି l ସେଇଭଳି ଓଡିଶା କଳାକାର ସଂଘ ଓ ଅନେକ ଟ୍ରଷ୍ଟ ତରଫରୁ ସହଯୋଗ ପାଇଁ ହାତ ବଢlଇବା ପାଇଁ ଆଗେଇ ଆସିଛନ୍ତି।ଝିଲିମିଲ ଆଲୋକର ଆଲବମ୍ ତଥା ସିନେ କଳାକାର ପାୟଲ ଏଭଳି ମହାନ କାର୍ଯ୍ୟପାଇଁ ସାଧାରଣ ରେ ଚର୍ଚ୍ଚା ର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି।ଏହି ସମର୍ପିତ ସେବାପାଇଁ ଅଞ୍ଚଳବାସୀ ଧନ୍ୟବାଦ ଜଣାଇଛନ୍ତି।