ଯୋଡ଼ି ଶଙ୍ଖ ଚିହ୍ନରେ ବିପୁଳ ସଂଖ୍ୟା ରେ ମତଦାନ ଦେଇ ବିଜେଡ଼ି ପ୍ରାର୍ଥୀ ମାନଙ୍କୁ ବିଜୟ କରିବା ପାଇଁ ଭି କେ ପାଣ୍ଡିଆନଙ୍କ ନିବେଦନ।

ଜୟପାଟଣା,(ଅରୁଣ କୁମାର ସାହୁ):-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ରେ ଆସୁଥିବା ଜୟପାଟଣା ବ୍ଳକ ବଜାର ପଡିଆ ପରିସର ରେ ବିଜେଡ଼ି ର ଏକ ବିରାଟ ନିର୍ବାଚନୀ ସଭା ଅନୁଷ୍ଟିତ ହୋଇଥିଲା। ଏହି ସଭା ରେ ଭି କେ ପାଣ୍ଡିଆନ ଯୋଗା ଦେଇଥିଲେ । ସେ ଏହି ସଭାରେ ଉପସ୍ଥିତ ସମସ୍ତ ଜନତା କୁ ବୁଝାଇ କହିଲେ ଆମ ସରକାର କଥା ରେ ନୁହେଁ ବରଂ କାମ ରେ ବିଶ୍ୱାସ କରନ୍ତି। ଶାନ୍ତ ସରଳ ଭାବ ମୂର୍ତ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କି ୨୫ବର୍ଷ ହେବ ଓଡିଶାକୁ ଶଙ୍ଖ ଚିହ୍ନରେ ଦପ ଦପା ରଖିଥିବା ବେଳେ ପୁଣି ଓଡ଼ିଶାକୁ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ପଦରେ ଭୂଷିତ ହୋଇ ଇତିହାସ ରଚିବା ପ୍ରୟାସ ଆରମ୍ଭ ତାଙ୍କ ମୂଖ୍ୟସଚିବ ଭି କେ ପାଣ୍ଡିଆନ ଙ୍କୁ ପ୍ରଚାର ମୈଦାନ କୁ ପ୍ରେରଣ କରିଛନ୍ତି ।ମୈଦାନରେ ଭି କେ ପାଣ୍ଡିଆନ ଙ୍କ ଓଲ୍ଲେଇବା ଦେଖି ବିରୋଧୀଙ୍କୁ ଘାରିଛି ହାରିବା ଭୟ ।ବିଗତ ବର୍ଷ ମାନଙ୍କରେ ପାଣ୍ଡିଆନ ଙ୍କ ଦ୍ଵାରା ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ଗୁଡିକର ଲୋକଙ୍କ ପାଖରେ ସିଧାସଳଖ ପହଞ୍ଚିବା ଦେଖି ପୁଣି ଦୁଇ ଦୁଇଟି ଶଙ୍ଖ ଚିହ୍ନରେ ବିପୁଳ ସଂଖ୍ୟା ରେ ମତଦାନ ଦେଇ ବିଜେଡ଼ି ପ୍ରାର୍ଥୀ ମାନଙ୍କୁ ବିଜୟ କରିବା ପାଇଁ ପୁଣି ନିବେଦନ କରିଛନ୍ତି ଭି କେ ପାଣ୍ଡିଆନ ।ତେଣୁ ବିଜେଡ଼ି ପାଇଁ ଲୋକଙ୍କ ସପୂର୍ଣ ସମର୍ଥନ ରହିବ ବୋଲି ଶୁଣିବାକୁ ମିଳୁଛି । ।ଏପଟେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ ଲାଞ୍ଜିଗଡ଼ ନିର୍ବାଚନ ତଥା ଅଞ୍ଚଳ ସମସ୍ତ ମୌଳିକ ଅଧିକାର ସହିତ ରାସ୍ତାଘାଟ,ବିଜୁ ସେତୁ ମାନଙ୍କର ଶିଳାନ୍ୟାସ କରି ଲୋକଙ୍କ ଅତି ପ୍ରିୟ ନେତା ହୋଇ ସାରିଛନ୍ତି । ଶ୍ରୀ ଦିଶାରି ବିଗତ ୫ ବର୍ଷ ମଧ୍ୟରେ ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ର ବିକାଶ ପାଇଁ ଓଡ଼ିଶା ସରକାର ଙ୍କ ସହ ଭାଗିତା ଉପରେ ବକ୍ତବ୍ୟ ରଖିବା ସହ ଆଗାମୀ ନିର୍ବାଚନ ପାଇଁ ବିପୁଳ ସମର୍ଥନ କାମନା କରିଥିଲେ ବିଜେଡ଼ି କଳାହାଣ୍ଡି ସାଂସଦ ପାର୍ଥୀ ଲମ୍ବୋଦର ନିଆଲ । ଏହି ସଭା ରେ ଦଶ ହାଜର ରୁ ଅଧିକ ଲୋକ ଉପସ୍ଥିତ ଥିଲେ।