ରାୟଗଡା,(ଅମୁଲ୍ୟ ନିଶଙ୍କ) : ରାୟଗଡା ଜ଼ିଲ୍ଲା ର ତିନି ଗୋଟି ବିଧାନସଭା କ୍ଷେତ୍ରରେ ରୁ ବିଷମକଟକ ହେଉଛି ବିଜେଡି ଦଳ ଓ ଜ଼ିଲ୍ଲା ବିଜେଡି ସଭାପତି ସୁଧୀର ଦାସ ଙ୍କ ସମ୍ମାନ ଓ ଅଗ୍ନି ପରୀକ୍ଷା ର ବେଳ l ଆସନ୍ତା ସାଧାରଣ ନିର୍ବାଚନ 2024 ରେ ଏହି ବିଷମକଟକ ନିର୍ବାଚନ ମଣ୍ଡଳୀର ମୁନିଗୁଡା ର 77 ବୁଥ, ବିଷମକଟକ ର 90 ବୁଥ, କେସିଙ୍ଗପୁର ର 55 ବୁଥ ଓ କୋଳନରା ର 71 ବୁଥ ଏହି ପରି ସର୍ବମୋଟ 293 ବୁତ ରେ ପୁରୁଷ 106837, ମହିଳା 12556 ଓ ତୃତୀୟ ଲିଙ୍ଗି 39 ସର୍ବମୋଟ 232442 ଜଣ ଭୋଟର ନିଜର ମତ ସାବ୍ୟସ୍ତ କରିବେ l ଏହି ନିର୍ବାଚନ ମଣ୍ଡଳୀର ଇତିହାସ କୁହେ ଯେ 1951 ରେ ଶ୍ୟାମଘଣ୍ଟା ଉଲାକା ଗଣତନ୍ତ୍ର ପରିଷଦ ରୁ ,1961 ବିଶ୍ଵନାଥ ଚୌଧୁରୀ ଗଣତନ୍ତ୍ର ପରିଷଦ ରୁ ,1967 ରେ ବିଶ୍ଵନାଥ ଚୌଧୁରୀ ସ୍ୱତନ୍ତ୍ର ପାର୍ଟି ରୁ ,1971ରେ ଶ୍ରୀପତି ପ୍ରସ୍କ ସ୍ୱତନ୍ତ୍ର ପାର୍ଟି ରୁ ,1974 ରୁ 1990 ପର୍ଯ୍ୟନ୍ତ ଡମ୍ବୁରୁ ଧର ଉଲାକା କଂଗ୍ରେସ ରୁ ,1990 ରେ ସାରଙ୍ଗ ଧର ଡ୍ରକା ଜନତା ଦଳ ରୁ,1995 ରେ ଡମ୍ବୁରୁ ଧର ଉଲାକା କଂଗ୍ରେସ ରୁ,2000 ରେ ସାରଙ୍ଗ ଧର କାଡ୍ରକା ବିଜେଡି ରୁ,2004 ଓ 2009 ରର ଡମ୍ବୁରୁ ଧର ଉଲାକା କଂଗ୍ରେସ ରୁ ଓ 2014 ଓ 2019ରେ ଜଗନ୍ନାଥ ସାରକା ବିଜେଡି ରୁ ବିଧାୟକ ଭାବେ ନିର୍ବାଚିତ ହୋଇଆସିଛନ୍ତି l ବହୁ ବର୍ଷ ଧରି ଏହି ଠାରେ କଂଗ୍ରେସ ରଜୁତି କରିଆସୁଥିଲା ସମୟ କ୍ରମେ ବଦଳି ଆସୁଛି କିନ୍ତୁ ଗତ ଦୁଇଟି ବିଧାନସଭା ନିର୍ବାଚନ 2014 ଓ 2019 ରେ ଲଗାତର ବିଜେଡି ଦଳ ବିଜୟ ର ପତାକା ଉଡାଇ ଆସୁଛି ଓ 2024 ରେ ବିଜେଡି ଦଳ ବିଜୟ ହୋଇ ହାଟ୍ରିକ କରିବା ଲକ୍ଷ ରେ ରହିଅଛି କିନ୍ତୁ କଂଗ୍ରେସ ମଧ୍ୟ୍ୟ ପଛରେ ନାହିଁ ଯେ କୌଣସି ପ୍ରକାରେ ଏହି ଆସନ ବିଜେଡି ହାତରୁ ଛଡେଇ ଆଣିବା ନିମନ୍ତେ କ୍ଷେତ୍ର ପ୍ରସ୍ତୁତି ରେ ଲାଗିପଡିଛି l ମାନ୍ୟବର ମନ୍ତ୍ରି ଜଗନ୍ନାଥ ସାରକା ଏହି ଆସନ ରେ ପ୍ରଥମେ 2009 ମସିହା ରେ ବିଜେଡି ଟିକେଟ ରେ ଲଢ଼ି ମାତ୍ର 349 ଭୋଟ ରେ ପରାଜୟ ହୋଇଥିଲେ ପରେ 2014 ରେ 72356 ଖଣ୍ଡ ଭୋଟ ପାଇଥିବା ବେଳେ କଂଗ୍ରେସ ର ଡମ୍ବୁରୁ ଧର ଉଲାକା 43 180 ଖଣ୍ଡ ଭୋଟ ପାଇଥିଲେ 29186 ଖଣ୍ଡ ଭୋଟ ରେ ବିଜୟ ହୋଇଥିଲେ 2019 ରେ 66150 ଖଣ୍ଡ ଭୋଟ ପାଇଥିବା ବେଳେ କଂଗ୍ରେସ ର ନୀଳମାଧବ ହିକକା କଂଗ୍ରେସ ର 52 818 ଖଣ୍ଡ ଭୋଟ ପାଇଥିଲେ 13332 ଖଣ୍ଡ ଭୋଟ ରେ ଜଗନ୍ନାଥ ସାରକା ବିଜୟ ହୋଇଥିଲେ l ପରେ ନବୀନ ପଟ୍ଟନାୟକ ଙ୍କ ମନ୍ତ୍ରୀ ମଣ୍ଡଳୀ ରେ ସ୍ୱାଧୀନ ରାଷ୍ଟ୍ର ମନ୍ତ୍ରୀ ଭାବେ ଶପଥ ନେଇ ଆଦିବାସୀ ଜାତି ଜନଜାତି ପଛୁଆ ବର୍ଗ ବିଭାଗ ଦାୟିତ୍ୱ ସମ୍ବଳିଥିଲେ l ମୁଖ୍ୟମନ୍ତ୍ରୀ ଙ୍କ ଭରସା ର ପାତ୍ର ହୋଇ ମନ୍ତ୍ରୀ ମଣ୍ଡଳୀ ର ସାମ୍ପ୍ରସାରଣ ବେଳେ ମୁଖ୍ୟମନ୍ତ୍ରୀ ସାରକା ଙ୍କୁ ରାଷ୍ଟ୍ର ମନ୍ତ୍ରୀ ରୁ କ୍ୟାବିନେଟ ପାହ୍ୟା କୁ ଉନ୍ନତି କରିବା ସହିତ ଆଇନ ବିଭାଗ ମଧ୍ୟ୍ୟ ଦାୟିତ୍ୱ ମଧ୍ୟ୍ୟ ଦେଇଥିଲେ l ସେହି ଦିନ ଠାରୁ ମୁଖ୍ୟମନ୍ତ୍ରୀ ଙ୍କ ଅତିଆପଣାର ହୋଇ ଓଡିଶା ବାସି ଙ୍କ ସେବା କରିଆସୁଛନ୍ତି l କିନ୍ତୁ ବର୍ତମାନ ପରିସ୍ଥିତି ରେ ପ୍ରତ୍ୟକ ବିଧାନସଭା କ୍ଷେତ୍ରରେ ବିଜେଡି ରେ କେତେକ ବ୍ୟକ୍ତି ଆସନ୍ତୁଷ୍ଟ ହୋଇ ବିଦ୍ରୋହୀ ଭାବେ କାମ କରୁଛନ୍ତି l ଠିକ ଏହି ନିର୍ବାଚନ ମଣ୍ଡଳୀରେ ବିଜେଡି ରୁ ବହୁ ଅସନ୍ତୁଷ୍ଟ ଗୋଷ୍ଠି ବାହାରି ନିଜ ନିଜ ର କ୍ଷେତ୍ର ପ୍ରସ୍ତୁତି କରିବାରେ ଲାଗିଛନ୍ତି l ବିଶେଷ କରି ବିଷମକଟକ ନିର୍ବାଚନ ମଣ୍ଡଳୀ ରେ ବହୁ କର୍ମୀ ନେତା ଠିକାଦାରୀ କାମ ପାଇଁ ଅସନ୍ତୁଷ୍ଟ ହୋଇ ବିଦ୍ରୋହୀ ଭାବେ କାମ କରୁଛନ୍ତି କିନ୍ତୁ ନିର୍ବାଚନ ସମୟରେ ଆମେ ସମସ୍ତେ ଏକ ବୋଲି କହୁଛନ୍ତି କିନ୍ତୁ ଏହାର ସୁଯୋଗ ନେଇ କଂଗ୍ରେସ ନିଜର ଫାଇଦା ଉଠାଇବାରେ ଲାଗିଛି କିନ୍ତୁ କଂଗ୍ରେସ ଟିକେଟ କାହାରି କୁ ଦେବ ସେହି ଦ୍ୱନ୍ଦ ରେ କଂଗ୍ରେସ କର୍ମୀ ନିଜ ନିଜ ପ୍ରାର୍ଥୀ ପାଇଁ କାମ କରିଛନ୍ତି l ଯେତେ ଯାହା ହେଲେ ମଧ୍ୟ୍ୟ ମୁଖ୍ୟମନ୍ତ୍ରୀ ଙ୍କ ଉପରେ ଲୋକଙ୍କ ର ଭରସା ରହିଛି ନିଶ୍ଚିତ ଭାବେ ବିଜେଡି କୁ ଭୋଟ ଦେବେ ଜ଼ିଲ୍ଲା ର ତିନୋଟି ଆସନ ସହିତ କୋରାପୁଟ ଲୋକସଭା ଆସନ ରେ ବିଜେଡି ପ୍ରାର୍ଥୀ ସାଂସଦ ଭାବେ ବିଜୟ ସୁନିଶ୍ଚିତ ବୋଲି କହିଛନ୍ତି l ଏହି ବିଷମକଟକ ବିଧାନସଭା କ୍ଷେତ୍ର ଟି ଜ଼ିଲ୍ଲା ବିଜେଡି ସଭାପତି ସୁଧୀର ଦାସ ବକ ନିଜ ଅଞ୍ଚଳ ହୋଇଥିବାରୁ ଏହି ଆସନ ଟି ସୁଧୀର ଦାସ ଙ୍କ ଏକ ସମ୍ମାନ ର ବିଷୟ ଓ ତାଙ୍କ ପାଇଁ ଏକ ଅଗ୍ନି ପରୀକ୍ଷା ବୋଲି ଜ଼ିଲ୍ଲା ବାସୀ ଆଲୋଚନା କରୁଛନ୍ତି l