ବଡ଼ଚଣା :(ରଶ୍ମି ରଞ୍ଜନ ବିଶ୍ୱାଳ )ଆଜି ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଠାରେ ଥିବା ଚଣ୍ଡିଖୋଲ କୋର୍ଟ ବାର ଆସୋସିଏସନର ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହ ଶେଷ ହେଲା।ଏହି ନିର୍ବାଚନରେ ମୂଖ୍ୟତଃ ସଭାପତି ଓ ସଂପାଦକ ପଦବି ପାଇଁ ପ୍ରତିଦ୍ୱନ୍ଦିତା ଚାଲିଥିଲା।ଏଥିରେ ରେଣୁବାଳା ମାହାନ୍ତି ଓ ଶରତ ଚନ୍ଦ୍ର ବଳ ସଭାପତି ଭାବେ ପ୍ରତିଦ୍ୱନ୍ଦିତା କରୁଥିଲା ବେଳେ ପ୍ରକାଶ କୁମାର ଦାସ ଓ ରମେଶ କୁମାର ନନ୍ଦ ସଂପାଦକ ଭାବେ ପ୍ରତିଦ୍ୱନ୍ଦିତା କରୁଥିଲେ।ନିର୍ବାଚନ ଅଧିକାରି ଭାବରେ ଉପସ୍ଥିତ ଥିଲେ ଆଡଭୋକେଟ୍ ଜନ୍ ବେହେରା ଓ ତାଙ୍କୁ ସହୋଯୋଗ କରିଥିଲେ ଆଡଭୋକେଟ୍ ଉଦୟନାଥ ସାହୁ,ଶରତ ଚନ୍ଦ୍ର ଶଡଙ୍ଗି। ସଭାପତି ଭାବରେ ରେଣୁବାଳା ମାହାନ୍ତି ନିର୍ବାଚିତ ହୋଇଥିବା ବେଳେ ସଂପାଦକ ଭାବେ ପ୍ରକାସ କୁମାର ଦାସ ନିର୍ବାଚିତ ହୋଇଥିଲେ। ସଭାପତି ଭାବରେ ନିର୍ବାଚିତ ହେଲାପରେ ରେଣୁବାଳା ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଆଗାମି ଦିନରେ ଚଣ୍ତିଖୋଲ କୋର୍ଟର ଯାହା ସୁବିଧା ଅସୁବିଧା ଥିବ ତାହା ପୂରଣ କରିବେ ବୋଲି ପ୍ରତିସୃତି ଦେବା ସହ ସମସ୍ତଙ୍କୁ ମିଷ୍ଟାନ୍ନ ଖୁଆଇ ଥିଲେ।