ଜିଲ୍ଲା ପରିଷଦ ଚିଲିକା ନିର୍ବାଚନ ମଣ୍ଡଳୀ ର ଚୂଡାନ୍ତ ପ୍ରାର୍ଥୀ ତାଲିକା

ଚିଲିକା:-୨୩/୦୧(ବିନୁ ଦାସ୍):-ଆଗାମୀ ୨୦ ତାରିଖରେ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଚୂଡାନ୍ତ ତାଲିକା ପ୍ରକାଶ ପାଇଛି। ମୁଖ୍ୟତଃ ଦେଖିବାକୁ ଗଲେ ଚିଲିକା ନିର୍ବାଚନ ମଣ୍ଡଳୀ ଦୁଇଗୋଟି ବାଲୁଗାଁ ଏବଂ ବାଣପୁର ଏନଏସି ଏବଂ ଦୁଇ ଗୋଟି ବ୍ଲକ ଚିଲିକା ଏବଂ ବାଣପୁର ବ୍ଲକ କୁ ନେଇ ଗଠିତ।ଯେତିକି ପାଖେଇ ଆସୁଛି ନିର୍ବାଚନ ସେତିକି ଉଷ୍ମତା ମଧ୍ୟ ବଢ଼ିବାରେ ଲାଗିଛି।ଏଥର ଚିଲିକା ନିର୍ବାଚନ ମଣ୍ଡଳୀ ରେ ସାଇଲେଣ୍ଟ ଭୋଟର ହେବେ ବିଜେତା ଙ୍କ ନିର୍ଣ୍ଣୟ।ମୂଖ୍ୟତଃ ଦେଖିବାକୁ ଗଲେ ଚିଲିକା ନିର୍ବାଚନ ମଣ୍ଡଳୀ ର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଦୁଇଗୋଟି ବ୍ଲକ ଯଥା ଚିଲିକା ଏବଂ ବାଣପୁର ବ୍ଲକ ଅଞ୍ଚଳର ଜିଲ୍ଲା ପରିଷଦ ଆସନ ପାଇଁ ଛଅ ଗୋଟି ଜିଲ୍ଲା ପରିଷଦ ରହିଛି।ତନ୍ମଧ୍ୟରୁ ଚିଲିକା ବ୍ଲକ ଅନ୍ତର୍ଗତ ୦୪,୦୫ ଏବଂ ୦୬ ନମ୍ବର ଜୋନ ଜିଲ୍ଲା ପରିଷଦ ପାଇଁ ରହିଥିବା ବେଳେ ସେହିଭଳି ବାଣପୁର ବ୍ଲକ ଅଞ୍ଚଳର ତିନିଗୋଟି ଜୋନ୍ ରହିଛି ଯାହାକି ୧୩,୧୪ ଏବଂ ୧୫ ନମ୍ବର ଜୋନ୍ ରହିଛି।ସୂଚନାଯୋଗ୍ୟ କି ଏହି ଛଅ ଗୋଟି ଜୋନ୍ ପାଇଁ ଚୂଡାନ୍ତ ତାଲିକା ପ୍ରକାଶ ପାଇଛି।ଯଦି ଆମେ ପ୍ରଥମେ ୦୪ ନମ୍ବର ଜୋନ୍ କଥା କହିବା ତ ଏଥର ଏ ଜୋନ୍ ରୁ ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦିତା କରିବାକୁ ଏଥର ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀ ମାନଙ୍କର ନଥିପତ୍ର ଯାଞ୍ଚ ପରେ ତାଲିକା ପ୍ରକାଶ ପାଇଛି।
୦୪ ନମ୍ବର ଜୋନ୍
୦୧:-ଅଞ୍ଜଳି ବିଶ୍ବାଳ— କଂଗ୍ରେସ
୦୨:- ମମତା ପାଇକରାୟ— ବିଜେଡି
୦୩:-ସବିତା ରାଣୀ ବରାଳ— ସିପିଆଇ(ଏମଏଲ)
୦୪:- ସୁକାନ୍ତି ଦେଇ— (ବିଜେପି)
ସେହିଭଳି ଭାବରେ ୦୫ ନମ୍ବର ଜୋନ୍ ଜିଲ୍ଲା ପରିଷଦ ପାଇଁ ଏଥର ଚୂଡାନ୍ତ ପ୍ରାର୍ଥୀ ତାଲିକା ନିମ୍ନରେ ପ୍ରଦତ୍ତ
୦୫ ନମ୍ବର ଜୋନ୍ ପାଇଁ ପ୍ରାର୍ଥୀ ତାଲିକା
୦୧:- ନମିତା ବେହେରା —- ବିଜେପି
୦୨:- ରୀନା ବେହେରା—- ବିଜେଡି
୦୩:- ସୁକି ଦେଇ —— କଂଗ୍ରେସ
୦୬ ନମ୍ବର ଜୋନ୍ ପାଇଁ ଚୂଡାନ୍ତ ପ୍ରାର୍ଥୀ ତାଲିକା
୦୧:- ମଧୁସ୍ମିତା ପ୍ରଧାନ —- କଂଗ୍ରେସ
୦୨:- ମମତା ପରିଡ଼ା —- ବିଜେପି
୦୩:- ସବିତା ସୁନ୍ଦରାୟ —- ବିଜେଡି

ପ୍ରାର୍ଥୀ ମାନଙ୍କର ତାଲିକା ପ୍ରକାଶ ପାଇଥିବା ବେଳେ ବାଣପୁର ବ୍ଲକ ର ତିନିଗୋଟି ଜିଲ୍ଲା ପରିଷଦ ଆସନ ପାଇଁ ୧୩,୧୪ ଏବଂ ୧୫ ନମ୍ବର ଜୋନ୍ ପାଇଁ ପ୍ରତିଦ୍ବନ୍ଦିତା କରୁଥିବା ପ୍ରାର୍ଥୀ ମାନଙ୍କ ତାଲିକା ପ୍ରକାଶ ପାଇଛି।
ବାଣପୁର ବ୍ଲକ
୧୩ ନମ୍ବର ଜୋନ୍
୦୧:- ଟିକି ଶବର—- (ବିଜେପି)
୦୨:-ସତ୍ୟବତୀ ଯାନୀ–(କଂଗ୍ରେସ)
୦୩:- ସସ୍ମିତା ପ୍ରଧାନ — ବିଜେଡି
ରୁ ପ୍ରତିଦ୍ବନ୍ଦିତା କରିବାକୁ ଥିବାବେଳେ
୧୪ ନମ୍ବର ଜୋନ୍ ପାଇଁ ପ୍ରାର୍ଥୀ
୦୧:-ରଶ୍ମିତା ମହାପାତ୍ର —- କଂଗ୍ରେସ
୦୨- ରୋଜିତା ପ୍ରଧାନ — ବିଜେପି
୦୩- ଲିଲିବାଳା ଭୋଳ — ବିଜେଡି ଦଳରୁ ପ୍ରତିଦ୍ବନ୍ଦିତା କରିବାକୁ ଥିବାବେଳେ
୧୫ ନମ୍ବର ଜୋନ୍ ପାଇଁ ଚୂଡାନ୍ତ ତାଲିକା ପ୍ରସ୍ତୁତ
୦୧:- ଅକ୍ଷୟ କୁମାର ମହାପାତ୍ର — କଂଗ୍ରେସ
୦୨- ଗୋପୀନାଥ ମହାରଣା– ବିଜେଡି
୦୩- ବାମନ ଚରଣ ଦାସ୍ — ବିଜେପି
୦୪- ମନୋଜ କୁମାର ଜେନା — ସ୍ଵାଧୀନ ପ୍ରାର୍ଥୀ ରୂପେ ନିର୍ବାଚନ ମଇଦାନକୁ ଅବତୀର୍ଣ୍ଣ ପାଇଁ ପ୍ରାର୍ଥୀ ମାନଙ୍କର ପ୍ରାର୍ଥୀ ପତ୍ର ଯାଞ୍ଚ ବେଳେ କାଏମ ରହିଥିବା ଜଣାପଡିଛି।