ଆଜି ଜନନେତା ଇଂ ଦେବାଶିଷ ହୋତା ବିଜେପି ରାଷ୍ଟ୍ରୀୟ ସାଧାରଣ ସଂପାଦକ ତଥା ଓଡିଶା ପ୍ରଭାରୀ ଡି ପୁରନ୍ଦେଶ୍ବରୀଙ୍କୁ ନୂଆଦିଲ୍ଲୀସ୍ଥ କେନ୍ଦ୍ରୀୟ କାର୍ଯ୍ୟାଳୟରେ ଭେଟି ଓଡିଶାରେ ହେବାକୁ ଥିବା ଆଗାମୀ ଜିଲ୍ଲା ପରିଷଦ ନିର୍ବାଚନ ସମ୍ବନ୍ଧରେ ଆଲୋଚନା କରିଥିଲେ ।
ରାଜ୍ୟର ନେତୃମଣ୍ଡଳୀଙ୍କ ସହିତ ଆଲୋଚନା କରି ଓଡିଶା ବିଜେପିର ସ୍ବାର୍ଥକୁ ଦୃଷ୍ଟିରେ ରଖି ଅତିଶୀଘ୍ର କୌଣସି ନିଷ୍ପତ୍ତି ନେବା ନିମନ୍ତେ ପୁରନ୍ଦେଶ୍ବରୀ ଇତ୍ୟବସରରେ ଇଂ ହୋତାଙ୍କୁ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି ।
ଏଠାରେ ସୂଚନା ଯୋଗ୍ୟ ଯେ, ଗତ ବୁଧବାରଦିନ ଇଂ ହୋତା ଗୁଜରାଟରୁ କେନ୍ଦ୍ର ମନ୍ତ୍ରୀ ପରଷୋତ୍ତମ ରୂପାଲାଙ୍କୁ ତାଙ୍କର ନୂଆଦିଲ୍ଲୀ ସ୍ଥିତ ବାସଭବନରେ ଭେଟି ଏହି ସମ୍ବନ୍ଧରେ ଆଲୋଚନା କରିଥିଲେ।