ଯଶବର୍ଦ୍ଧନ ସିହ୍ନା ହେବେ ମୁଖ୍ୟ ସୂଚନା କମିଶନର

ନୂଆଦିଲ୍ଲୀ,୨୯।୧୦ : ଦେଶର ପରବର୍ତ୍ତୀ ମୁଖ୍ୟ ସୂଚନା କମିଶନର ହେବେ ପୂର୍ବତନ ଆଇଏଫଏସ୍‌ ଅଫିସର ଯଶବର୍ଦ୍ଧନ ସିହ୍ନା। ଅଗଷ୍ଟ ୨୭ରୁ ବିମଳ ଜୁଲକା ଅବସର ନେବା ପରେ ତାଙ୍କୁ ଏହି ପଦରେ ନିଯୁକ୍ତି ଦିଆଯିବ। ୧୯୮୧ ମସିହା ବ୍ୟାଚ୍‌ର ଆଇଏଫଏସ ଅଫିସର ହେଉଛନ୍ତି ଯଶବର୍ଦ୍ଧନ ସିହ୍ନା କେନ୍ଦ୍ରୀୟ ସୂଚନା କମିଶନର ପଦରେ ଥିବା ବେଳେ ଏବେ ପ୍ରମୋସନ ପାଇବେ। ଏହି ପଦବୀରେ ନିଯୁକ୍ତି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରୀୟ ମନ୍ତ୍ରୀ ଓ ବିରୋଧୀ ଦଳ ନେତାଙ୍କୁ ନେଇ ବୈଠକ ହୋଇଥିଲା। କେନ୍ଦ୍ର କ୍ୟାବିନେଟ ସଚିବ ସିଆଇସି ପାଇଁ ଆଶାୟୀ ଥିବା ୧୩୯ ଜଣଙ୍କ ମଧ୍ୟରୁ ୨ ଜଣଙ୍କ ମନୋନୀତ କରିଥିଲେ। ସେହିପରି କେନ୍ଦ୍ରୀୟ ସୂଚନା କମିଶନର ପଦ ପାଇଁ ଆବେଦନ କରିଥିବା ୩୫୫ ଜଣଙ୍କ ମଧ୍ୟରୁ ୭ ଜଣଙ୍କ ନାଁ ଚୂଡ଼ାନ୍ତ ପର୍ଯ୍ୟାୟ ପାଇଁ ମନୋନୀତ ହୋଇଥିଲା। କେନ୍ଦ୍ରୀୟ ସୂଚନା କମିଶନର ଦୌଡ଼ରେ ସୁଭାଷ ଚନ୍ଦ୍ରା, ମୀନାକ୍ଷୀ ଗୁପ୍ତା, ଇରା ଯୋଶୀ, ଅରୁଣ କୁମାର ପଣ୍ଡା ଓ ହୀରା ଲାଲ ପ୍ରମୁଖ ରହିଛନ୍ତି।